ପାରାଦୀପ/ଅଠରବାଙ୍କୀ(ସ୍ମୃତିରଂଜନ ଜେନା): ଜିଲ୍ଲା ଆପାତକାଳୀନ ସମୁହର ଏକ ବୈଠକ ପାରାଦ୍ୱୀପ ଇଫକୋର ସଦ୍ଭାବନା ସଭାଗୃହରେ ବୁଧବାର ଦିନଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିର , ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ର, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦ୍ୱୀପ ଶାଖାର ଅଧିକାରୀ ରମେଶ ଏକ୍କା , ଇଫ୍କୋ ପାରାଦ୍ୱୀପ ଶାଖା ମୁଖ୍ୟ କେ.ଜେ. ପଟେଲ୍, ଫ୍ୟାକ୍ଟ୍ରି ଆଣ୍ଡ ବିଏଲର୍ସ ପାରାଦୀପ ଶାଖାର ଉପ ନିଦେ୍ର୍ଧଶକ ଚନ୍ଦ୍ରକାନ୍ତ ଦଳାଇ, ଜଗତସିଂହପୁର ସେପ୍ଟିଂ ଅଧିକାରୀ କଲ୍ୟାଣ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଜନ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଇଫକୋ, ପିପିଏଲ, ଆଇଓସିଏଲ ତୈଳ ବିଶୋଧନାଗାର ଓ ପାରାଦ୍ୱୀପ ବନ୍ଦର ସିଆଇଏସଏଫ ପ୍ରତିନିଧିମାନେ ଉପସ୍ଥିତ ରହି ଆପାତକାଳୀନ ସମୟରେ ସତର୍କତା ଓ ପରିଚାଳନା ସମ୍ବନ୍ଧୀୟ ବିଷୟରେ ଆଲୋଚନା କରିଥିଲେ । ତେବେ ଗତ ବର୍ଷ ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କରେ କ୍ରମାନ୍ୱୟ ସୁରକ୍ଷା ସଚ୍ଚେତନତା ଓ ମକ୍ଡ୍ରିଲ ଦ୍ୱାରା ଦୁର୍ଘଟଣା ବହୁ ମାତ୍ରାରେ କମ୍ ଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା ।