ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଛାତ୍ର ମୃତ୍ୟୁ

0 758


କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ବ୍ଲକ୍ ପଙ୍କପାଳ ଗ୍ରାମରେ ଜଷର +୩ ଶେଷ ବର୍ଷର ଛାତ୍ର ଗାଁ ପୋଖରୀରେ ଗାଧାଉଥିବା ବେଳେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ପଙ୍କପାଳ ଗ୍ରାମର ରମେଶ ବାରିକଙ୍କ ଏକ ମାତ୍ର ପୁଅ ବିକାଶ ବାରିକ(୨୧)ଙ୍କର ଆଜି ସକାଳ ସାଢେ ଆଠଟା ସମୟରେ ଗ୍ରାମ ମଧ୍ୟରେ ଥିବା ‘ନୂଆ ଗଡିଆ’ରେ ଗାଧୋଇଥିବା ସମୟରେ ସଲୀଳ ସମାଧି ଘଟିଛି । ଏହି ଘଟଣା ପଙ୍କପାଳ ସହ ଆଖପାଖ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଘଟଣାରୁ ପ୍ରକାଶ ଆଜି ସକାଳ ଗ୍ରାମରେ ଥିବା ଗଭୀର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ସେଠାରେ ଅସାବଧାନ ବସତଃ ଗଭୀର ପାଣିରେ ବୁଡିଯାଇଥିବା ବେଳେ କିଛି ଛୋଟ ପିଲା ବିକାଶ ବୁଡି ଯାଉଥିବା ନେଇ ତାଙ୍କ ଘର ସହ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ତାଙ୍କୁ ମୁର୍ମୁଷ ଅବସ୍ଥାରେ ସ୍ଥାନୀୟ ଯୁବକ ଓ ଗ୍ରାମବାସୀ ଉଦ୍ଧାର କରି ମଣିଜଙ୍ଗା ମେଡିକାଲ ନେଇ ଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପିତାମାତାଙ୍କ ଏକ ମାତ୍ର ପୁଅ ବିକାଶ ଆକଷ୍ମିକ ବିୟୋଗରେ ପଙ୍କପାଳ ବାସୀ ସ୍ତବ୍ଧ ହୋଇଯାଇଥିଲେ । ଏହି ଘଟଣାରେ ସୁରେଶ ଚନ୍ଦ୍ର ବାରିକ, ପଙ୍କପାଳ ବଣିକ ସଂଘ ସଭାପତି ଫକୀର ଦାସ, ସମ୍ପାଦକ ଦିଲପ୍ କୁମାର ବେହେରା, ଟୁଟୁ ପରିଡାଙ୍କ ସମେତ ଧୂଷା ଦାଶ, ମନୋଜ ଦାଶ, ଦେବେନ୍ଦ୍ର ଦାସ, ପଙ୍କପାଳ ସମିତିସଭ୍ୟଅକ୍ଷୟ ପ୍ରମୁଖ ସାହୁ ଶୋକ ବ୍ୟକ୍ତ କରିବା ସହ ପିଡୀତ ପରିବାରକୁ ସମବେଦନା ଜଣାଇଛନ୍ତି । ପରେ ଏହି ଛାତ୍ରର ଶବ ଜଗତସିଂହପୁରରେ ବ୍ୟବଛେଦ ପରେ ଅତ୍ୟନ୍ତ ଶୋକକୂଳ ପରିବେଶରେ ସତ୍କାର କରାଯାଇଥିଲା ।

Leave A Reply

Your email address will not be published.

three + fourteen =