ବନ୍ଦର ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଯାପିତ

0 547


ପାରାଦୀପ/ଅଠରବାଙ୍କୀ(ସ୍ମୃତିରଞ୍ଜନ ଜେନା) :ବନ୍ଦର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଶନିବାର ଅପରାହ୍ନରେ ଉଦ୍ୟାପିତ ହୋଇ ଯାଇଛି । ଏହି ଉପଲକ୍ଷେ ମଧୁବନସ୍ଥିତ ଅଫିସର୍ସ କ୍ଲବ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଡେପୁଟି ଭିଜିଲାନ୍ସ ଅଫିସର ଏଚ୍.ଏସ୍.ରାଉତ ତାଙ୍କ ସ୍ୱାଗତ ଭାଷଣରେ ବନ୍ଦର ପ୍ରଶାସନ ପକ୍ଷରୁ ସପ୍ତାହବ୍ୟାପୀବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଦୈନନ୍ଦିନ ଜୀବନରେ ସାଧୁତା,ସଚ୍ଚୋଟତା,ଆନ୍ତରିକତାକୁ ବ୍ରତ ଭାବେ ଆମେ ସମସ୍ତେ ଗ୍ରହଣ କରିବା ଆବଶ୍ୟକ । କର୍ମକ୍ଷେତ୍ର ତଥା ସାମାଜିକ ଚାଲିଚଳନରେ ସାଧୁତା,ସଚ୍ଚୋଟତା ପ୍ରଦର୍ଶନ କରୁଥିବା ଚରିତ୍ରବାନ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହୋଇଥାଆନ୍ତି ବୋଲି ଉତ୍ସବର ମୂଖ୍ୟ ଅତିଥି ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟ ମତ ବ୍ୟକ୍ତ କରିଥିଲେ । ଦୁର୍ନୀତି ନିବାରଣ ପ୍ରସଙ୍ଗ ଉପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯାଇଥିଲା । ଉତ୍ସବ ଶେଷରେ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

two × 2 =