କୁରାଢ଼ରେ ମେଗା ସ୍ୱାସ୍ଥ୍ୟସେବା ଶିବିର

0 575


ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ କୋଷ୍ଠୀମଲ୍ଲିକାପୁର ପଂଚାୟତ କୁରାଢ଼ ଗ୍ରାମ ସପ୍ନେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ପୂଣ୍ଣଚନ୍ଦ୍ର ମେମୋରିଆଲା ଟ୍ରଷ୍ଟ ଆନୁକୂଲ୍ୟରେ ଭାରତ ବିକାଶ ପରିଷଦ କେନ୍ଦ୍ରୀୟ ଶାଖା ଭୂବନେଶ୍ୱର ଓ କରଭିଜନ କେୟାର ହସ୍ପିଟାଲ ସହାୟତାରେ ଏକ ମେଗା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ଶିଶୁ, ପ୍ରସୁତି, ଭେଷଜ, କର୍ଣ୍ଣ, ନାସା, ଗଳା, ଚକ୍ଷୁ, ଦନ୍ତ, ହୃଦରୋଗ ଓ ମଧୁମେୟ ରୋଗର ବିଶେଷଜ୍ଞମାନେ ଯୋଗଦେଇ ରୋଗୀମାନଙ୍କୁ ଚିକିସôା କରିବାସହିତ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏହି ଶିବିରରେ ସ୍ତ୍ରୀ ପ୍ରସୁତି ଡ଼ାକ୍ତର ମହେନ୍ଦ୍ର ପ୍ରସାଦ ରାଉତ, ମେଡ଼ିସିନ ଡ଼ାମକ୍ତର ବ୍ରଜ କିଶୋର ମିଶ୍ର, ନାସା-ଗଳା ଡ଼ାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଶିଶୁ ବିଭାଗର ଡ଼ାକ୍ତର ପ୍ରଫୁଲ କୁମାର ମିଶ୍ର, ଅଖି ବିଭାଗର ଡ଼ାକ୍ତର ସଙ୍ଘମିତ୍ରା କାନୁନ୍ଗୋ, ହୃଦରୋଗ ଡ଼ାକ୍ତର ସୋୟମ ବିଶ୍ୱାସ ପଟ୍ଟନାୟକ, ଦାନ୍ତ ବିଭାଗ ଡ଼ାକ୍ତର ସସ୍ମିତା ସାହୁ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କୁ ଚିକିସôା କରିଥିଲେ । ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର କୁରାଢ଼, ଶାଳୀଜଙ୍ଗ, ଅତାମୂଳ ଓ କୁଟିଲ ଆଦି ପାଶ୍ୱର୍ବର୍ତ୍ତୀ ଗ୍ରାମରୁ ୨ ଶହରୁ ଉର୍ଦ୍ଧ ରୋଗୀଙ୍କୁ ଚିକିସôା କରାଯାଇଥିଲା । ଭାରତ ବିକାଶ ପରିଷଦର ଉପସଭାପତି ଡ଼ାକ୍ତର ଜ୍ୟୋସ୍ନା ମହାପାତ୍ର, ସଭ୍ୟ ଶକୁନ୍ତଳା ଚୌଧୂରୀ, ବିଜୟା ମିଶ୍ର, କନକଲତା ମିଶ୍ର, ମିରା କାନୁନ୍ଗୋ, ହେମନ୍ତ କାନୁନ୍ଗୋ, ଗିତା ରାଉତ, ଶ୍ରକାନ୍ତ ପଟ୍ଟନାୟକ, ସରୋଜ ମହାପାତ୍ର, ପ୍ରମୋଦ ଦାସଙ୍କ ସମେତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ଗ୍ରାମର ଯୁବକମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.

twenty + 4 =