ବାମେଦେଇପୁରରେ ବିଜେପିର ପ୍ରତିନିଧି, କୃଷି କ୍ଷୟକ୍ଷତି ବୁଲି ଦେଖିଲେ

0 583

କୁଜଙ୍ଗ(ରଂଜିତ କୁମାର ପଣ୍ଡା):ରାଜ୍ୟରେ କୃଷକ ଏବେ ଅବହେଳିତ । ପ୍ରାକୃତିକ ଦୁର୍ବାପାକ ହେଉ କି କୃଷି ବୀମା ହେଉ କୃଷକ ମାନେ ଓଡିଶରେ ଏବେ ସେସବୁର ସୁବିଧା ପାଉନାହଁନ୍ତି । ବିଜେଡି ସରକାର କୃଷକ ବିରୋଧୀ । ବୁଲ୍ବୁଲ୍ର କ୍ଷୟକ୍ଷତି ଆକଳନ ବେଳେ ଆଜି କୁଜଙ୍ଗ ଥାନା ବାମେଦଇପୁରରେ ଅଂଚଳ ବୁଲି ଦେଖିଲା ବେଳେ ଅଭିଯୋଗକରିଛନ୍ତି ଉମରକୋଟର ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବଡସାହୀ ବିଧାୟକ ସନାତନ ବିଜୁଳି । ସ୍ଥାନୀୟ ପଂଚାୟତ ବିଜେପି ନେତା ଚନ୍ଦନ ପୁହାଣଙ୍କ ପୌରହିତ୍ୟରେ ଏହି ପ୍ରତିନିଧି ଦଳର ପୂର୍ବତନ ସାଂସଦ ତଥାର ବିଜେପି ନେତା ଡ. ବିଭୂ ପ୍ରସାଦ ତରାଇ, ଜିଲା ପ୍ରଭାରୀ ସୁକାନ୍ତ ବିଶ୍ୱାଳ, ନିର୍ବାଚନମଣ୍ଡଳୀ ସଂଯୋଜକ ଶିବବ୍ରତ ଦାସ, ଜିଲା କୃଷକ ମୋର୍ଚ୍ଚା ସଭାପତି ତପନ ବେହେରା, ଜିଲା ସାଧାରଣ ସମ୍ପାଦକ ମୋହିତ ମହାନ୍ତି, ଓବିସି ମୋର୍ଚ୍ଚ ଉପସଭାପତି ନୃସିଂହ ସାହୁ, ମଣ୍ଡଳକୃଷକ ମୋର୍ଚ୍ଚା ସଭାପତି ଦିବାକର ପଲାଇ, ସମାଜସେବୀ ସଂଜୟ ମହାନ୍ତି, ନିର୍ଲପ୍ତ ଜେନା, ନିରଂଜନ ପରିଡା ପ୍ରମୁଖ ବାମଦେଇପୁର କଙ୍କରଦିଆ, ବଡକଣ୍ଟା, ତିରିଖିଛିଟା, ବନାପାଟ ଅଂଚଳ ପ୍ରଭୃତି ବୁଲି ଦେଖି କୃଷକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳ ବାମଦେଇପୁର ଠାରେ ପଂହଚିଥିଲେ ଓ ସଂଗୃହିତ ତଥ୍ୟକୁ କେନ୍ଦ୍ରକୁ ପଠାଇବା ସହ ରାଜ୍ୟର କୃଷକ ମାନଙ୍କ ଉନ୍ନତି ପାଇଁ ବହୁବିଧ ବଦକ୍ଷପ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.

seven − 3 =