କୁଜଙ୍ଗ(ରଂଜିତ କୁମାର ପଣ୍ଡା):ବାଲିତୁଠ ମେଡିକାଲରେ ଜିନ୍ଦଲ ପକ୍ଷରୁ ସ୍ୱାସ୍ଥ୍ୟସେବାର ଆରମ୍ଭ କରାଯାଇଛି । ପ୍ରତିଦିନ ସକାଳ ୯ରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମେଡିକାଲରେ ଗୋଟିଏଲ ମଲ୍ଟିସ୍ପେସାଲିଟୀ ଆମ୍ବୁଲାନ୍ସ, ଜଣେ ଡାକ୍ତର, ଜଣେ ଷ୍ଟାଫ୍ ନର୍ସ ସହ ଜଣେ ଫାର୍ମାସିଷ୍ଟ ଅତିରିକ୍ତ ଭାବେ ସେବା ଯୋଗାଇବେ ବୋଲି ଜଣାପଡିଛି । ଜିନ୍ଦଲ ଫାଉଣ୍ଡସେନ୍ ପକ୍ଷରୁ ଏହି ସେବା କରାଯାଇଥିବା ବେଳେ ଆଜି ଜଣେ ଅଣଓଡିଆ ଡାକ୍ତର ଡ. ରାମକୃଷ୍ଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଥିବା ବେଳେ ଏହି ମେଡିକାଲରେ ପୂର୍ବଦିନ ଅପେକ୍ଷା ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଆସନ୍ତା ୨୨ ତାରିଖରେ ଜିନ୍ଦଲ ପ୍ରକଳ୍ପ ପାଇଁ ଗଡକୁଜଙ୍ଗରେ ହେବାକୁ ଥିବା ଜନଶୁଣାଣିର ଅବ୍ୟବହିତ ପୂର୍ବରୁ ପ୍ରକଳ୍ପ ପକ୍ଷରୁ ଏହି ସେବା ଲୋକଙ୍କ ମନରେ ଥିବା ପୂର୍ବପୋସ୍କୋ ସମୟରେ ଖଣ୍ଡିଆରେ ମଲମ ସଦୃଶ କାମ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଖୁଖ୍ ଶୀଘ୍ର ଜଣେ ସ୍ଥାନୀୟ ଅଂଚଳର ଲୋକପ୍ରିୟ ଚିକିସôକଙ୍କୁ ଏହି ସେବା କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।