କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ବ୍ଳକ ଅନ୍ତର୍ଗତ ପାରାଦୀପଗଡ଼ ସ୍ଥିତ ଶ୍ରୀଲୋକନାଥ ଶିକ୍ଷାଶ୍ରମରେ ଆଜି ଶିଶୁ ଦିବସ ପାଳିତ ହୋଇ ଯାଇଛି । ତାଲୁକ ଆଇନ ସେବା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ଅତିରିକ୍ତ ଜିଲ୍ଲା ଦୋ÷ରାଜଜ୍ ପ୍ରଣବ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ଦିବସର ତାପôର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଆଜିର ଶିଶୁ କାଲିର ଭବିଷ୍ୟତ ଦୃଷ୍ଟିକୋଣରୁ ସେମାନଙ୍କର ଭବିଷ୍ୟତ ଗଠନ କ୍ଷେତ୍ରରେ ସମସ୍ତେ ଯତ୍ନବାନ ହେବା ଉପରେ ସେ ଏହି ଅବସରରେ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦିକା ଡ଼କ୍ଟର ମିନାରାଣୀ ଭୂୟାଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗ ଓକିଲ ସଙ୍ଘର ସମ୍ପାଦକ ଆଇନଜୀବୀ ସଞ୍ଜୟ କୁମାର ବେହେରା, ଜେଏମଏଫସି ପୂଜା ଦେ, ଆଇନଜୀବୀ ଅଭିମନ୍ୟୁ ରାଉତ, ପ୍ରମୋଦ ବେହେରା, ବିନ୍ଥଚ୍ଛ କୁମାର ଗୋଛାୟତ, ଝରଣାବାଳା ବାରିକ ପ୍ରମୁଖ ଏଡି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ତାଲୁକ ଆଇନ ସେବା କମିଟିର ପ୍ରମୁଖ ପ୍ରଦୀପ ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରାଜେନ୍ଦ ବେହେରା, ପ୍ରମୋଦ ମଙ୍ଗରାଜ, ପ୍ରଭାତ ସାହୁ, ରମେଶ ସୂତାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।