କଳା ସାହିତ୍ୟ ସସ୍କୃତି କ୍ଷେତ୍ରରେ ନାଉଗାଁ ପରିଚୟ ସ୍ୱତନ୍ତ୍ର

0 660

ନାଉଗାଁ (ମନୋଜ କୁମାର ନାୟକ): ନାଉଗାଁ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ୫ମ ନାଉଗାଁ ଉସôବର ଅବସରରେ ବାଲିଯାତ୍ରା ପଡିଆ ଶିଖର ଘାଟ ଦେବୀନଦୀ କୂଳରେ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ ଓ କବି ସମ୍ମିଳନୀ ସଂଙ୍ଗଠନ ସମ୍ପାଦକ ତ୍ରିଲୋଚନ ପାଢୀଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଯାଇଛି । କବି ଓ ସାହିତ୍ୟକ ବିନା ଜାତି ଆଉ ସଂସ୍କୃତିର ପରିଚୟ ଅସମ୍ଭବ ଦେବି ନଦୀର ତ୍ରିବେଣି ସଙ୍ଗମ ଓ ବାଲିଯାତ୍ରା ପଡିଆ ନାଉଗାଁର ଐତିହ୍ୟ ଓ ସଂସ୍କୃତିର ଏକ ନିଆରା ପରିଚୟ ସୃଷ୍ଟି କରିଛି ବୋଲି ଆୟୋଜିତ ରାଜ୍ୟସ୍ତରୀୟ କବି ସମ୍ମିଳନୀରେ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଡଃ.ଚାଇନା ପ୍ରଧାନଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ପୁର୍ବତନ ବିଧାୟକକ ଜ୍ୟେତିଷ ଚନ୍ଦ୍ର ଦାସ ଉଦର୍ଘାଟନ କରିଥିଲେ । ମୁଖ୍ୟବକ୍ତା ଡଃ.ସୁରେନ୍ଦ୍ର ନାଥ ତ୍ରିପାଠୀ ଅନ୍ୟତମ ଅତିଥିଭାବେ କବି ଅଧ୍ୟାପକ ପ୍ରସନ୍ନ ସ୍ୱାଇଁ, ସାହିତ୍ୟକ ବିପିନି ବିହାରୀ ଦଳେଇ,ଡଃ.ଦିଲ୍ଲିପ୍ ସେନାପତି,ପ୍ରାଚୀ ମହାବିଦ୍ୟାଳୟ, ବ୍ୟଙ୍ଗକବି ସମ୍ପଦ ରଥ, ମଞ୍ଚକୁ ପରିଚାଳନା କରିଥିଲେ ହିମାଂଶୁ କୁମାର ମହାନତି, ଅକ୍ଷୟ କୁମାର ରାଉତ,ବସନ୍ତ କୁମାର ଦାସ,ପ୍ରସନ୍ନଜିତ୍ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

2 × two =