ଦେବାଶୀଷ କଣ୍ଠ ଏଡ଼ିଜେ କୋର୍ଟରେ ସରକାରୀ ଓକିଲ ନିଯୁକ୍ତ

0 606

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ଅତିରିକ୍ତ ଜିଲ୍ଲା ଦୋ÷ରାଜଜଙ୍କ ଅଦାଲତରେ ନୂତନ ସରକାରୀ ଓକିଲ(ଏପିପି) ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି । ନୋଟିଫିକେସନ ସଙ୍ଖ୍ୟା ଆଇ-ଏଲ ଆର ୫୫/୨୦୧୮-୧୨୧୧୧/ଏଲ, ୧୩ା୧୧ା୨୦୧୯ ଜରିଆରେ ପୂର୍ବର ଅସ୍ଥାୟୀ ଏପିପି ନିଯୁକ୍ତିକୁ ଖାରଜ କରାଯିବା ସହିତ ନୂତନ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି । କୁଜଙ୍ଗ ବିଚାର ବିଭାଗ ଅଦାଲତରେ କାର୍ଯ୍ୟରତ ବରିଷ୍ଠ ଆଇନଜୀବୀ ଦେବାଶୀଷ କଣ୍ଠଙ୍କୁ ଏହି ନୂତନ ନିଯୁକ୍ତି ପ୍ରଦାନ କରାଯାଇଥିବା ନେଇ ଜଗତସିଂହପୁର ପବ୍ଲିକ ପ୍ରସିକ୍ୟୁଟର ଚିଠି ଜରିଆରେ ଅବଗତ କରିଛନ୍ତି । ପୂର୍ବରୁ ଏଠାରେ ଅସ୍ଥାୟୀ ସରକାରୀ ଓକିଲ ଭାବେ ନଳିନୀ ରଞ୍ଜନ ଦାସଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ମାତ୍ର ନୂତନ ନିଯୁକ୍ତି ପରେ ଅସ୍ଥାୟୀ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀଯୁକ୍ତ ଦାସଙ୍କୁ ସମସ୍ତ ପୁଲିସ ପେପର ନୂତନ ଏପିପି ଶ୍ରୀଯୁକ୍ତ କଣ୍ଠଙ୍କୁ ତୁରନ୍ତ ହସ୍ତାନ୍ତର କରିବାକୁ ନିଦେ୍ର୍ଧଶ ପ୍ରଦାନ କରାଯାଇଛି । ଶ୍ରୀଯୁକ୍ତ କଣ୍ଠ ଜଣେ ଦକ୍ଷ ଆଇନଜୀବୀ ହୋଇଥିବାରୁ ସେ ତାଙ୍କର ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିବେ ବୋଲି କୁଜଙ୍ଗର ଶତାଧିକ ଆଇନଜୀବୀ ଆଶା ପୋଷଣ କରିବା ସହିତ ତାଙ୍କୁ ନୂତନ ନିଯୁକ୍ତି ପାଇଁ ଅଭିନନ୍ଦନ ଜ୍ଞାପନ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

9 − 5 =