କୁଜଙ୍ଗ(ରଂଜିତ କୁମାର ପଣ୍ଡା): ନିଜର ପ୍ରେମିକା ସହିତ ଜନୈକା ବିବାହିତା ମହିଳା କେଉଁଆଡେ଼ ପଳାଉଥିବା ସମୟରେ କୋଣସି ସୂତ୍ରରୁ ଖବରପାଇଁ ସ୍ୱାମୀ ଆସି କୁଜଙ୍ଗରେ ସେମାନଙ୍କୁ ଅଟକ ରଖିବା ଏବଂ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ମାଡ଼ ପିଟ ହେବା ଭଳି ଏକ ଅଭାବନୀୟ ଘଟଣା ଆଜି ଅପରାହ୍ନରେ କୁଜଙ୍ଗ ବଜାରରେ ଘଟିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ହଜାର ହଜାର ସଂଖ୍ୟାରେ ଲୋକମାନେ ରୁଣ୍ଡ ହୋଇଥିଲେ । କେହି ଘଟଣା ସମ୍ପର୍କରେ କିଛି ବୁଝିବା ଆଗରୁ ପୁଲିସ ଘଟଣା ସ୍ଥଳରେ ପହଂଚି ତିନିଜଣଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି ।
ଘଟଣାରୁ ପ୍ରକାଶଯେ, ତିର୍ତୋଲ ଥାନା ଅନ୍ତର୍ଗତ ହାତୀକେନା ଗ୍ରାମର ଶିବ ଦାଶଙ୍କ ପତ୍ନୀ ନିମକଣା ଗ୍ରାମର ସତ୍ୟପ୍ରିୟ ଦାସଙ୍କ ସହିତ ତିନିବର୍ଷ ପୂର୍ବରୁ ଅନୈତିକ ସମ୍ପର୍କ ଗଢିଉଠିଥିଲା । ପ୍ରକାଶଯେ ସମ୍ପୃକ୍ତ ମହିଳା ନିଜର ବାପ ଘର କିଆଡିଂଗିରେ ରହୁଛନ୍ତି । ସତ୍ୟପ୍ରିୟ ଜଣେ କ୍ରିକେଟ ଖେଳାଳୀ ହୋଇଥିବାବେଳେ ଇଲେକ୍ଟ୍ରି ମେକାନିକ ଭାବେ କାର୍ଯ୍ୟ କରନ୍ତି । ସେହିପରିଭାବେ ସମ୍ପୃକ୍ତ ମହିଳାଙ୍କ ଭାଇ ଜଣେ କ୍ରିକେଟ ଖେଳାଳୀ ହୋଇଥିବାରୁ ବିଭିନ୍ନ ସମୟରେ ସେ ତାଙ୍କ ଭାଇଙ୍କ ପାଖକୁ ଫୋନ କରିଥାନ୍ତି । ଅନେକ ସମୟରେ ଭଉଣୀ ଫୋନ ଉଠାଇ କଥା ହୋଇଥାନ୍ତି । ଫଳରେ ଏହି ସୂତ୍ରରେ ଉଭୟଭଙ୍କ ମଧ୍ୟରେ କଥା ବାର୍ତା ହେବା ସହିତ ସମ୍ପର୍କ ଗଢି ଉଠିଥିଲା । ଆଜି ସତ୍ୟପ୍ରିୟ ଏବଂ ସମ୍ପୃକ୍ତ ମହିଳା ଏକାସଙ୍ଗେ ପାରାଦୀପ ବାଲିଯାତ୍ରା ବୁଲିବାକୁ ଯାଇଥିବା ନେଇ ସ୍ୱାମୀ ଶିବ ଦାଶ କୋଣସି ସୂତ୍ରରୁ ଖବର ପାଇଁ ସେମାନଙ୍କର ଫେରିବା ବାଟ କୁଜଙ୍ଗ ପୁରୁଣ ଥାନା ଛକରେ ଅପେକ୍ଷା କରି ରହିଥିଲା । ସେମାନେ ଗୋଟିଏ ମୋଟର ସାଇକେଲରେ ଫେରୁଥିବା ସମୟରେ ସ୍ୱାମୀ କୁଜଙ୍ଗ ପୁରୁଣା ଥାନା ଛକ ନିକଟରେ ସେମାନଙ୍କୁ ଅଟକାଇ ପତ୍ନୀଙ୍କୁ ନିଜ ସହିତ ଯିବାକୁ ବାଧ୍ୟ କରିଥିଲେ । ମାତ୍ର ପତ୍ନୀ ତାଙ୍କ ସ୍ୱାମୀ ସହିତ ନଯାଇ ଉକ୍ତ ଯୁବକଙ୍କ ସହିତ ଯିବାପାଇଁ ଯିଦ ଧରିଥିଲା । ଫଳରେ ତିନିଜଣଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଠେଲା ପେଲା ଏବଂ ଯୁକ୍ତ ତର୍କ ହୋଇଥିଲା । ଏହାକୁ ଦେଖିବାକୁ ଘଟଣା ସ୍ଥଳରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇଥିଲେ । ଫଳରେ ସେଠାରେ ଟ୍ରାଫିକ ସମସ୍ୟା ସମସ୍ୟା ସୃଷ୍ଟି ହୋଇଥିଲା । ପୁଲିସ ଖବର ପାଇ ସେମାନଙ୍କୁ ଥାନାକୁ ନେଇ ଅଟକ ରଖିଥିବା ଜଣାପଡ଼ିଛି । ସର୍ବଶେଷ ତଥ୍ୟ ଅନୁଯାୟୀ ଆପୋଷ ବୁଝାବଣା ପରେ ସମସ୍ତେ ନିଜ ନିଜର ଘରକୁ ଫେରିଥିବା ଜଣାପଡ଼ିଛି ।