ମହମ୍ମଦଙ୍କ ଜନ୍ମଦିନ ଉପଲକ୍ଷେ ପାରାଦ୍ୱୀପରେ ଜଲସା କାର୍ଯ୍ୟକ୍ରମ

0 538


ପାରାଦ୍ୱୀପ(ଦିପ୍ତୀରଂଜନ ଦାସ ): ମହମ୍ମଦଙ୍କ ଜନ୍ମ ଉସôବ ପରିପ୍ରେକ୍ଷୀରେ ବନ୍ଦର ସହର ପାରାଦ୍ୱୀପ ବଡପଡିଆ ନିକଟସ୍ଥ ଜାମା ମସଜିଦ ଠାରେ ଶନିବାର ସଂନ୍ଧ୍ୟାରେ ଆଡମ୍ବର ସହକାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଭାରତର ସୁନାମ ଧନ୍ୟ ମୌଲାନା ମାନେ ଯୋଗଦେଇ ମୁସଲମାନ ଭାଇଭଉଣୀ ମାନଙ୍କୁ କୁରାନ ପାଠ ଉପେର ଗୁରୁତ୍ୱାରୋପ କରିବା ସହ ମହମ୍ମଦଙ୍କ ମହତ ବାଣୀ ସମ୍ପର୍କରେ ଆଲୋକପାତ କରିଥିଲେ । ଭାରତବର୍ଷରେ ହିନ୍ଦୁ, ମୁସଲିମ, ଶିଖ, ଇସାଇ ସମସ୍ତେ ଭାଇଭାଇ ଏବଂ ସମସ୍ତଙ୍କ ସହ ମିଳିମିଶି ଚଳିବା ହେଉଛି ଇସଲାମର ଧର୍ମ । ଇସଲାମ ଶାନ୍ତି ଶୃଙ୍ଖଳା ଉପରେ ବିଶ୍ୱାସ ରଖୁଥିବା ଧର୍ମ ବୋଲି ଉତ୍ତର ପ୍ରଦେଶର ହଯରତ ଆଲମା ଓ ମୌଲାନା ଗୁଲାମ ରସୁଲ ସହାବ ବଲଯାବୀ, ପୁରୀର ମୌଲାନା ଇଯହାର ହକ୍କାନି, ପଂତେପୁରୀର ସାଏରେ ଇସଲାମ ଜମ୍ଜମ, ଝାରଖଣ୍ଡର ର ସାଏରି ଇସଲାମ ସାମସ୍ ବେରେଜ୍, ଜଗତସିଂହପୁରର ନକିବ୍ ହାଫିଜ ଓକାରୀ ଆଲମଗିରୀ ସାହାବ, ପାରାଦ୍ୱୀପ ଜାମା ମସଜିଦ୍ ର ମହମ୍ମଦ ଅବରାର ଆଲାମ ସାମସି ଓ ହାଫିଜ ମୋଜ୍ଜମିଲ ସାହାବ ବାର୍ତ୍ତା ଦେଇଥିଲେ । ଏଥିରେ ହଜରତ ମୌଲାନା ଗୁଲାମ ମହମ୍ମଦ, ହଜରତ ମୌଲାନା ଫଜଲେ ହବ୍ୱି ଓ ଅନ୍ୟ ମୌଲାନା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଉତ୍ତର ପ୍ରଦେଶର ଏମ୍ ପି ହଜରତ ଆଲାମା ଓ ମୌଲାନା ଗୁଲାମ ରସୁଲ ବଲଯାବିଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ବଡପଡିଆ ଯାମେ ମସଜିଦ୍କୁ ପାଛୋଟି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ପ୍ରେସ ମିଡିଆର ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ, ରାକେଶ କୁମାର ପଟ୍ଟନାୟକ, ସଞ୍ଜୟ ମିଶ୍ର, ବିବେକାନନ୍ଦ ରାଉତ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଜାଦ ଭାରତ ମେମୋରିଆଲ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତ ଶେଖ ଆଲମ୍, ଶେଖ ଜାଫର, ଶେଖ ସାଜିକ, ମୁସ୍ତାଫା ଅନଶାରି, ନଶାଦ ଅନଶାରୀ, ସଉଦ ଖାନ, ଫଜଲୁଲ ସିକ୍, ମସଜିଦର ସଭାପତି ସେଖ ରମଯାନ, ଉପସଭାପତି ଅବଦୁଲ ତାହିର ଖାଁନ, ସମ୍ପାଦକ ସୁଫି ଅହମଦ, ଶେଖ ବାରି, ସିକନ୍ଦର ବକ୍ସି, ଅବଦୁଲ ରହିମ ଖାନ, ଇନ୍ତାରୁଲ ହକ, ଶେଖ ସିଦିଖ ଆଲାମ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

5 × 4 =