ଚେଳିତୋଳ ବାଲିଯାତ୍ରାର ପଂଚମ ସନ୍ଧ୍ୟା, ଯୋଗଦେଲେନି ଅତିଥି

0 674


ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଠାରେ ଚେଳିତୋଳ ବାଲିଯାତ୍ରା ମହୋସôବର ପଂଚମ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ବାଲିଯାତ୍ରା ପଡ଼ିଆରେ ଦୌନିକ ସହସ୍ରାଧିକ ସଂଖ୍ୟାରେ ଜନସମାଗମ ହେଉଥିବାବେଳେ ଅସ୍ଥାୟୀ ଶୌଚାଳୟ ଓ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାଯାଇନାହିଁ । ବାଲିଯାତ୍ରାର ଆୟବ୍ୟୟର ହିସାବ ସାର୍ବଜନୀନ କରିବାପାଇଁ ତିର୍ତୋଲର ବୁଦ୍ଧିଜିବୀ, ତିର୍ତୋଲ ଯୁବ ଆଂଚଳିକ ମଂଚ ପକ୍ଷରୁ ଦାବି କରୁଥିବା ବେଳେ ଖାଦ୍ୟର ତଦାରଖ କରାଯାଉନଥିବାରୁ ବାସି ଖାଦ୍ୟ ଷ୍ଟଲ ଗୁଡ଼ିକରେ ସାଧାରଣ ଲୋକଙ୍କୁ ପରିବେଷଣ କରାଯାଉଛି । ଯାହା ଏକ ଅସ୍ୱାଭାବିକ ପରିବେଶକୁ ସୃଷ୍ଟି କରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଅପରପକ୍ଷରେ ଚଳିତ ବର୍ଷ ବାଲିଯାତ୍ରାକୁ ଚିରାଚରିତ ଭାବେ ପ୍ରଶାସନିକ ଅଧିକାରୀ ଓ ଶାସକ ଦଳ ଛାମୁଆଙ୍କ ମଧ୍ୟରେ ଥିବା ଅନ୍ତଦ୍ୱର୍ନ୍ଦର ପ୍ରତିଫଳନ ଦେଖିବାକୁ ମିଳିଛି । ବାଲିଯାତ୍ରାର ବରିଷ୍ଠ ସଦସ୍ୟମାନଙ୍କୁ ଅଣଦେଖା କରାଯାଉଥିବା ଚେଳିତୋଳ ବାଲିଯାତ୍ରାକୁ ପ୍ରଭାବିତ କରୁଛି । ସାଧାରଣ ସଭା ପରେ ବାଲିଯାତ୍ରା ପଡ଼ିଆରେ ଅସାମାଜିକ ନିଶାଗ୍ରସ୍ତ ମାନଙ୍କର ରାଜ ଦେଖିବାକୁ ମିଳୁଛି । ବାଲିଯାତ୍ରା ପଡ଼ିଆରେ ଚୋରା ମଦର ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । ଏହି ପଂଚମ ସନ୍ଧ୍ୟାରେ ଚେଳିତୋଳ ବାଲିଯାତ୍ରାର ଉପସଭାପତି ବସନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସିବିଆଇର ସ୍ୱତନ୍ତ୍ର ବିଚାର ପତି ଜଷ୍ଟିସ ଲୋକନାଥ ମହାପାତ୍ର, ମୁଖ୍ୟ ବକ୍ତା ନାଟ୍ୟକାର ଓ ନିଦେ୍ର୍ଧଶକ ପ୍ରଭାତ ମହାନ୍ତି, ସମ୍ମାନୀତ ଅତିଥି ତିର୍ତୋଲ ଆଗ୍ନେକ ଅଧିକାରୀ କାର୍ତିକ ଚନ୍ଦ୍ର ବିଶ୍ୱାଳ, ଗରାମର ପୂର୍ବତନ ସରପଂଚ କିଶୋର କୁମାର ସାହୁ, ଗୋପାଲପୁର(ଶ) ପଂଚାୟତର ସରପଂଚ କୃଷ୍ଣ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇ ତିର୍ତୋଲ ଚେଳିତୋଳ ବାଲିଯାତ୍ରା ହେଉଛି ଜଗତସିଂହପୁର ଜିଲ୍ଲାର ଐତିହ୍ୟ ଓ ପରମ୍ପରାର ପର୍ବ ବୋଲି ମତବ୍ୟକ୍ତ କରିଥିଲେ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ କନକପୁର ପୂର୍ବତନ ସରପଂଚ ବିଜୟ କୁମାର ନାୟକ ଓ ଧନ୍ୟବାଦ ଅର୍ପଣ କରିଥିଲେ ତିର୍ତୋଲ ୪ ନଂ ଜିଲ୍ଲାପରିଷଦ ସଭ୍ୟ ଇଂ ପ୍ରସନ୍ନ କୁମାର ମଲ୍ଲିକ । ଏହି ଅବସରରେ ଅତିଥିମାନଙ୍କୁ ବାଲିଯାତ୍ରା କମିଟି ତରଫରୁ ପୁଷ୍ପଗୁଛ, ଉପଢେ଼øକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ଚେଳିତୋଳ ବାଲିଯାତ୍ରାର ମୁଖ୍ୟ ସଭ୍ୟ ବିମଳ ମହାପାତ୍ର । ତପନ କୁମାର ମହାନ୍ତି, ବିନୟ ମହାପାତ୍ର, ରଶ୍ମି ରଞ୍ଜନ ଚୌଧୂରୀ, ଅମୁଲ୍ୟ ଦାସ, ବାବୁ ଦାସ, ରମେଶ ଚନ୍ଦ୍ର ରାଉଳ, ଦେବୀ ପ୍ରସାଦ ମହାପାତ୍ର, ସାଂସ୍କୃତିକ ସଂଗଠକ ଅମରଜ୍ୟୋତି ସାହୁ ଚିତ୍ତରଞ୍ଜନ ରଥ, ଅରୁଣ ମହାପାତ୍ର, ଦିପକ ଦାସ, ତନ୍ମୟ ଦାସ ସମେତ ପରିଷଦର ସମସ୍ତ ସଭ୍ୟ ପରିଚାଳନା କରିଥିଲେ । କୁଜଙ୍ଗର ଆର.ବି, ଗୁରୁକୂଳ ଓ ଏସ୍କେ ଏକାଡେ଼ମୀ ୧୫ ନଂ ପିଲାମାନଙ୍କ ଦ୍ୱାରା ସଂକ୍ଷିପ୍ତ ନାଟକ କାର୍ଯ୍ୟକ୍ରମ କରାଯିବା ସହିତ ଭୂବନେଶ୍ୱର ସୁରତରଙ୍ଗ କଳାକାରମାନଙ୍କ ଦ୍ୱାରା ମେଲୋଡ଼ି କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.

1 × four =