ନାଉଗାଁ (ମନୋଜ କୁମାର ନାୟକ): ନାଉଗାଁ ବ୍ଳକ ଅନ୍ତର୍ଗତ ଅଲ ଇଣ୍ଡିଆ କିଷାନ ମଜୁଦୁର ସଂଘ ପକ୍ଷରୁ ଶନିବାର ବିଡିଓ ରଶ୍ମିରେଖା ମଲିକ ଅନୁପସ୍ଥିତି ଯୋଗୁ ବ୍ଳକ ଅଧ୍ୟକ୍ଷ ଜଗନ୍ନାତ ଦାସ ଙ୍କୁ ୧୧ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ରରେ ବ୍ଳକରେ ଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ ପାଇଁ ଦର୍ଶାଯାଇଛି । ଦାବି ଗୁଡିକ ମଧ୍ୟରେ ସମସ୍ତ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବା,ଭାଗ ଚାଷି ଙ୍କୁ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ପରିଚୟ ପତ୍ର ପ୍ରଦାନ କରିବା,ମଣ୍ଡି ନିୟମକୁ ସରଳୀ କରଣ କରିବା,ସରକାର ଙ୍କ ଉଦ୍ୟୋଗରେ ନାଉଗାଁ ରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରିବା,ଚାଷି କୁ ତାର ଉପôାଦିତ ଦ୍ରବ୍ୟର ସଠୁକ ମୂଲ୍ୟ ପ୍ରଦାନ କରିବା,କୃଷି ଋଣ ଛାଡ କରିବା,ସରକଜାରୀ ଉଦ୍ୟୋଗରେ ସାର ,କୀଟନାଶକ ଔଷଧ ବିକ୍ରି ପାଇଁ ଦୋକାନ ଖୋଲିବା,ବାଂଶ ଗୋବରୀ କୂଳ ପୋଲକୁ ସଂପୂନ୍ନ କରିବା ଆଦି ଦାବି ସ୍ଥାନ ପାଇଛି,ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଙ୍କୁ ଚିହ୍ନଟ କରିବା,ଫନି ବାତ୍ୟା କ୍ଷତି ଗ୍ରସ୍ତକୁ ନିରପେକ୍ଷ ତଦନ୍ତ କରିବା ଆଦି ଦାବି ରହିଛି । ଏହି ଦାବିପତ୍ରକୁ ଜିଲା ସଂଗଠକ ସୁବାସ ସ୍ୱାଇଁ,ବ୍ଳକ ସଭାପତି ମହେଶ୍ୱର ଦାସ,ବଂଶୀଧର ବେହେରା,ସୁରେଶ ଚନ୍ଦ୍ର ବେହୁରା,ରଂଜିତ କୁମାର ଜେନା ଆଦି ପ୍ରଦାନ କରିଛନ୍ତି ।