ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆ କୁଦଠାରେ ଚେଳିତୋଳ ବାଲିଯାତ୍ରା ସାଂସ୍କୃତିକ ମଞ୍ଚରେ ଝଙ୍କଡ଼ ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ସାହିତ୍ୟ ଆସର ଓ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଏହି ଆସରକୁ ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି ପ୍ରଦ୍ୱିପ ପ୍ରଜ୍ୱଳନ କରି ଉଦଘାଟନ କରିବାପରେ ସଭାପତି ନିତ୍ୟାନନ୍ଦ ଜେନାଙ୍କ ପୌରାହିତ୍ୟରେ ସାରସ୍ୱତ ସଭା ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ଗୋଲୋକ ବିହାରି ପଲାଇ ଅତିଥିପରିଚୟ ଓ ସ୍ୱଗତ ଭାଷଣ ଦେଇଥିବାବେଳେ ମୁଖ୍ୟବକ୍ତା ନାଟ୍ୟ ଗବେଷକ ଡ଼. ପଦ୍ମ ଲୋଚନ ମହାକୁଡ଼, ସମ୍ମାନୀତ ଅତିଥି ମା ଅମିକାଇ ଗଣପଣିଷଦ ସଭାପତି ଧୃବଚରଣ ମହାପାତ୍ର, ନିଳାଚଳ ପ୍ରତିଭା ଦର୍ଶନ ଯାଜପୁରର ସମ୍ପାଦକ ଇଂ କିଶୋର ଚନ୍ଦ୍ର ମହାନ୍ତି, ଅଧ୍ୟାପକ ଉମାକାନ୍ତ ନାୟକ, ସାହିତି୍ୟକ ରଜୀତ କୁମାର ଦାସ, ଯୁବପ୍ରତିଭା ବିଜୟ ଶଙ୍କର ଦାସ, ଆତ୍ମାର ଅଧ୍ୟକ୍ଷ ବସନ୍ତ କୁମାର ମହାପାତ୍ର, ଚେଳିତୋଳ ବାଲିଯାତ୍ରା ସାଂସ୍କୃତିକ ବିଭାଗ ଉପଦେଷ୍ଟା ବିମଳ ମହାପାତ୍ର ପ୍ରମୁଖ ଯୋଗଦାନ କରି ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ଓ ପ୍ରଚାର ବିଭାଗରେ ସଚେତନତା ସୃଷ୍ଟି ପାଇଁ ସାହିତି୍ୟକମାନଙ୍କୁ ପରାମର୍ଶ ଦେଇଥିଲେ । ସଂଯୋଜକ ପରମାନନ୍ଦ ମିଶ୍ର, ସଂଯୋଜିକା ସବିତା ନାୟକ ଓ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁଙ୍କ ସଂଯୋଜନାରେ ଶତାଧିକ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରଶାନ୍ତ ଦାସ, ସଂଗଠନ ସମ୍ପାଦକ ବାସବ କୁମାର ନନ୍ଦ, ନିତ୍ୟାନନ୍ଦ ନାୟକ, ଝୁଲରାମ ଦାସ, ହେମନ୍ତ କୁମାର ନାୟକ, ମନୋରଞ୍ଜନ ସ୍ୱାଇଁ, ଆରତୀ ତି୍ରପାଠୀ, ଦିଗମ୍ବର ରାଉତ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ରୁତୁପର୍ଣ୍ଣା କଳା ସାହିତ୍ୟ ସଂସଦ ଶିଶୁ ନୃତ୍ୟ ଶିଳ୍ପି ସାଇ ରୁତୁପର୍ଣ୍ଣ ପରିଡ଼ା ଆବାହନୀ ସଂଗୀତ ଓ ମଙ୍ଗଳାଚରଣ ନୃତ୍ୟ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ନାଗୁ ଚରଣ ଦେବତା, ପ୍ରେମଲତା ବାରିକ୍, ଶ୍ରୀକୃଷ୍ଣ ନାୟକ, ସବିତା ମିଶ୍ର, କୃଷ୍ଣ ଚନ୍ଦ୍ର ମଲ୍ଲ, ନିରଞ୍ଜନ ପଣ୍ଡ. ଭୋଳାନାଥ ଦାସ, ସାଇ ପ୍ରସାଦ ଶତୃଜିତ୍ ହେମନ୍ତ ପାଳ, ଇନ୍ଦୁପ୍ରଭା ବିଶ୍ୱାଳ, ବିଷ୍ଣୁ ପ୍ରସାଦ ସେଠୀ, ଭାଗ୍ୟଶ୍ରୀ ପ୍ରଧାନ, ଗିତା ଦାସ, ଶ୍ୟାମ ସୁନ୍ଦର ବେହେରା, ସମୀର ପଟ୍ଟନାୟକ, ସାନ୍ତନୁ କୁମାର ଷଢ଼ଙ୍ଗୀ ପ୍ରମୁଖ ଅଂଶ ଗ୍ରହଣ କରିଥିବାବେଳେ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସମ୍ପାଦିକା ଧନ୍ୟବାଦ ଅର୍ପଣ କରିଥିଲେ ।