ଛାତ୍ରୀଙ୍କ ମାଡ଼ ଖାଇବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ

0 651


କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ବ୍ଳକ ଅନ୍ତର୍ଗତ ପିପଳ ଗ୍ରାମରେ ସ୍ଥାନୀୟ ବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ଜନୈକା ଶିକ୍ଷୟତ୍ରୀ ମାଡ଼ମାରି ଆହତ କରିଥିବା ନେଇ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ କରିଥିବା ଯୁବକ ଜଣକ ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ପରିଚାଳନା କମିଟି ସଭାପତି ହୋଇଥିବାବେଳେ ସେ ପୂର୍ବ ଶତୃତାରୁ ପ୍ରତିଶୋଧ ନେବାକୁ ଆକ୍ରୋଶ ମୂଳକ ଭାବେ ଏହି ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି ।
ଘଟଣାରୁ ପ୍ରକାଶଯେ,ଘଟଣାଟି ଗତକାଲିର ହୋଇଥିବାବେଳେ ଆଜି ଦିନ ତମାମ ବିଭିନ୍ନ ସୋସିଆଲ ମିଡ଼ିଆରେ ପିପଳ ଗ୍ରାମର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୪ର୍ଥ ଶ୍ରେଣୀର ଛାତ୍ରୀ କାଜଲ ସାମଲଙ୍କୁ ଉକ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀ ମାଡ଼ ମାରିଥିବା ଅଭିଯୋଗ କରାଯାଇ ଛାତ୍ରୀର କ୍ଷତବିକ୍ଷତ ଫଟୋ ଭାଇରାଲ କରାଯାଇଥିଲା । ତେବେ ଅନୁସନ୍ଧାନରୁ ଜଣାପଡ଼ିଛିଯେ ଏପରି କୋ÷ଣସି ଘଟଣା ପିପଳ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଘଟିନାହିଁ । କିମ୍ବା ସମ୍ପୃକ୍ତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ବିଦ୍ୟାଳୟରେ କୋ÷ଣସି ଅଭିଯୋଗ କରାଯାଇ ନାହିଁ । ତେବେ ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛିଯେ ସମ୍ପୃକ୍ତ ଛାତ୍ରୀ ଜଣକ ପିପଳ ଗ୍ରାମରେ ନିଜର ମାମୁଁ ଘରେ ରହି ପାଠପଢନ୍ତି । ଗତକାଲି କାଜଲ ଟ୍ୟୁସନକୁ ନଯିବା କାରଣରୁ ହୋଇଥିବା କାରଣରୁ ଅଜା ତାଗିତ କରିବା ଉଦ୍ୱେଶ୍ୟରେ ମାଡ଼ ମାରିଥିଲେ । ଫଳରେ ତାର ଶରୀରରେ ଆଘାତ ଲାଗିଥିଲା । ଏହି ଘଟଣାକୁ ପିପଳ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜନୈକ ପ୍ରାକ୍ତନ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ପ୍ରଶାନ୍ତ ସାମଲ ଭାଇରାଲ କରିଥିବା ଜଣାପଡ଼ିଛି । ବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ଥିବାବେଳେ ରହିଥିବା ପୂର୍ବ ଶତୃତାରୁ ପ୍ରତିଶୋଧ ନେବାକୁ ସେ ଏପରି କରିଥାଇ ପାରନ୍ତି ବୋଲି ବିଦ୍ୟାଳୟର ଜନୈକ ଶିକ୍ଷକ ନିଜର ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି । ତେବେ ବିଦ୍ୟାଳୟ ଶିକ୍ଷୟିତ୍ରୀ ରଶ୍ମୀତା ଲେଙ୍କା ଛାତ୍ରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ କରାଯାଇଛି । ଏହି ଘଟଣାର ଛାତ୍ରୀଙ୍କ ମାମୁଁ ଲୋକନାଥ ସାମଲଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିବା ବେଳେ ଟ୍ୟୁସନକୁ ନଯାଇଥିବା କାରଣରୁ ତାଙ୍କର ବାପ ଛାତ୍ରୀଙ୍କୁ ମାରିଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ମିଥ୍ୟା ଭାଇରାଲ କରିଥିବା ବ୍ୟକ୍ତଙ୍କ ଘରକୁ ଘଟଣା ସମ୍ପର୍କରେ ପଚାରିବାକୁ ଯାଇଥିବାବେଳେ ସମ୍ପୃକ୍ତ ଯୁବକ ତାଙ୍କୁ ଲୁଚିଥିବା ମଧ୍ୟ ସେ କହିଥିଲେ । ଅନ୍ୟପକ୍ଷରେ ଆଜି କୁଜଙ୍ଗ ବ୍ଳକ ଶିକ୍ଷା ଅଧିକାରୀ ସୂଦର୍ଶନ ନନ୍ଦ ପିପଳ ସ୍କୁଲକୁ ବିଭାଗୀୟ କାର୍ଯ୍ୟରେ ଗସ୍ତ କରିଥିଲେ । ତାଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଏନେଇ ବିଦ୍ୟାଳୟରେ କିମ୍ବା ତାଙ୍କ ନିକଟରେ କୋ÷ଣସି ଅଭିଯୋଗ କରାଯାଇ ନଥିବା କହିଥିଲେ । ତେବେ ସୋସିଆଲ ମିଡ଼ିଆର ଦୂରୁପୋଯୋଗ କରାଯାଇ ଅନେକ ମିଥ୍ୟା କଥାକୁ ପ୍ରଚାର କରାଯାଉଥିବାବେଳେ ଏହି ଘଟଣାର ଉପଯୁକ୍ତ ତଦ୍ଧନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.

1 × 2 =