ସୁପରସ୍ପେସିଆଲଟି ହସପିଟାଲ ଦାବିରେ ମାନବ ଶୃଙ୍ଖଳ

0 585

:
କୁଜଙ୍ଗ(ରଂଜିତ କୁମାର ପଣ୍ଡା):ଦୀର୍ଘଦିନର ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରିବାରୁ ଆଜି ଅଂଚଳବାସୀ ଅଭିନବ ତଥା ଶାନ୍ତିପୂଣ୍ଣ ଭାବେ ନିଜର କ୍ଷୋଭକୁ ପ୍ରକାଶ କରିଛନ୍ତି । ଏହି ଅଭିନବ ପ୍ରତିବାଦ ଏକ ଐତିହାସିକ ପ୍ରତିବାଦ ବୋଲି ଆନେ୍ଦାଳନର ନେତୃତ୍ୱ ନେଇଥିବା ଆଂଚଳିକ ସୁରକ୍ଷା ସମିତିର ନେତା ମାନେ କହିଥିବା ବେଳେ ମେଡିକାଲ ପୂରଣ ନହେବା ପର୍ଯ୍ୟନ୍ତ ଏହି ପରି ଅଭିନବ ପ୍ରତିବାଦ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଏକା ସାଙ୍ଗରେ ହଜାର ମହିଳା ଓ ପୁରୁଷ ଦୀର୍ଘ ୧୨ କିମି ପଥରେ ମାନବ ଶୃଙ୍ଖଳ ପାଇଁ ହାତକୁ ହାତ ମିଳାଇ ପ୍ରତିବାଦ ଜଣାଇଥିଲେ । ଭୂତମୁଣ୍ଡାଷର ଦକାଳ ୯ଟାରୁ ସ୍ଥାନୀୟ ଅଂଚଳର ପୁରୁଷ ଓ ମହିଳା ମାନେ ହାତକୁ ହାତ ଦାବିପତ୍ର ବଢାଇ ଦୀର୍ଘ ୪ଘଂଟା ପରେ ଏହି ଦାବି ପତ୍ର ପାରାଦ୍ୱୀପ ଏଡିଏମ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚିଥିଲା । ସମିତିର ମୁଖ୍ୟ ଆବାହକ ରଘୁନାଥ ସାହୁଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ସମିତିର ନେତା ଶ୍ରୀବଲ୍ଲଭକର, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଇଂ ସଂଜୟ କୁମାର ସ୍ୱାଇଁ, ଦେବବାଳା ମହାପାତ୍ର, ମିନର୍ଭା ପରିଡା, ଆଇନଜିବୀ ସଂଜୟ କୁମାର ସ୍ୱାଇଁ, ବାବୁରାମ ଚୌଧୁରୀ, ଅରକ୍ଷିତ ଦାସ, ପ୍ରମୋଦ କୁମାର ଜେନା,ଭୂତମୁଣ୍ଡାଇ ସରପଂଚ ଜ୍ୟୋତିମୟୀ ସ୍ୱାଇଁ, ସାଇଲୋ ସରପଂଚ ରୋଜାଲିନ୍ ମହାପାତ୍ର, ସୁବାସ ମହାପାତ୍ର, ଜିନ୍ମୟୀ ସାହାଣୀ, ଦୁଷ୍ମନ୍ତ ମାଝୀ, ଗୋଲପରାଣୀ ସାହୁଙ୍କ ସହ ବହୁ ସଂଗଠକ, ସରପଂଚ ଏହି ଆନେ୍ଦାଳନରେ ସାମିଲି ହୋଇଛନ୍ତି । ଗତକାଲି ବଗଦିଆ,କୋଠି, ପାରାଦ୍ୱୀପ ଗଡ, ଭୂତମୁଣ୍ଡା, ନୁଆଗଡ,ବିଶ୍ୱାଳୀ, ମଙ୍ଗରାଜପୁର ଅଂଚଳର ହଜାର ହଜାର ମହିଳା ସ୍ୱତଃପ୍ରବୃତ ଏହି ହକ୍ ପାଇଁ ଲଢାଇ କରିବାକୁ ହୁଳହୁଳି ଓ ହରିବୋଲ ଧ୍ୱନୀରେ କଟକ-ପାରାଦ୍ୱୀପ ରାସ୍ତାକୁ କମ୍ପାଇ ଦେଇଥିବା ବେଳେ ହାତରେ ମେଡିକାଲର ଦାବିନେଇ ବିଭିନ୍ନ ସ୍ଲୋଗାନ୍ ମାନ ଲେଖାଥିବା ପ୍ଲାକାର୍ଡକରିଥିଲେ । ସିମିତର ଏହି ରଣ ହୁଙ୍କାର ନେଇ ପ୍ରଶାସନ ହଡବଡ ହୋଇଯାଇଥିବା ବେଳେ ଏବେ ଜନ ଅସନ୍ତୋଷ ଆଗାମି ଦିନରେ ଦୁର୍ବାର ଆନେ୍ଦାଳନ ରୂପ ନେଇଥିବାରୁ ଚିନ୍ତାରେ ପଡିଯାଇଛି । ଭୂତମୁଣ୍ଡାଇରୁ ପାରାଦ୍ୱୀପ ଏଡିଏମ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଂଚଳର ମହିଳା ଓ ପୁରୁୂଷ ହାତକୁ ହାତ ମିଳାଇ ଏହି ପ୍ରତିବାଦ ପରେ ଏକ ପ୍ରତିବାଦ ସଭା କରାଯାଇଥିଲା ।

Leave A Reply

Your email address will not be published.

1 × one =