କୁଜଙ୍ଗରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର: ୪୫୫ ଅଭିଯୋଗରୁ ୭ଟିର ତ୍ୱରିତ ସମାଧାନ

0 573


କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରେକଡର଼୍ ସଂଖ୍ୟକ ୪୫୫ଟି ବିଭିନ୍ନ ଅଭିଯୋଗ କରାଯାଇଥିବାବେଳେ ଶିବିର ସ୍ଥଳରେ ତତକ୍ଷଣାତ ୭ଟି ଅଭିଯୋଗର ସମାଧାନ କରାଯାଇଥିଲା । ସେହିପରି ଭାବେ ମୋଟ ଅଭିଯୋଗ ମଧ୍ୟରୁ ବ୍ରକ୍ତିଗତ ସମସ୍ୟା ସମ୍ପର୍କୀତ ୪୨୦, ସମ୍ମଳୀତ ଗ୍ରାମ୍ୟ ସମନ୍ଧିତ ଆବେଦନ ୨୪,ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ବାବଦରେ ୧୦ଟି,ରଡ଼କ୍ରସ ସହାୟତା ସମନ୍ଧୀୟ ୧ଟି ଥିବା ଜଣାପଡ଼ିଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦିନ ସାଢେ ଦଶଟା ସମୟରେ ଶିବିରରେ ଯୋଗଦେଇ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଶିବିରରେ ଉପସ୍ଥିତ ରହିଥିଲେ । ମାତ୍ର ଜିଲ୍ଲାପାଳ ଅନ୍ୟ ସରକାରୀ କାର୍ଯ୍ୟଯୋଗୁ ଅଭିଯୋଗ ଶୁଣାଣୀ ଶିବିର ଛାଡ଼ି ଚାଲିଯିବାପରେ ଜନସାଧାରଣଙ୍କ ମହଲରେ ନୈରାଶ୍ୟ ଭାବ ପ୍ରକାଶ ପାଇଥିଲା । ଯେପରିଭାବେ ଶିବିରରେ ଆଉ ଅଧିକାରୀ କିମ୍ବା ଅଭିଯୋଗକାରୀଙ୍କ ଆଉ ସେତେଟା ଆଗ୍ରହ ଦେଖାଯାଇନଥିଲା । ଜିଲ୍ଲାପାଳଙ୍କ ପ୍ରସ୍ଥାନପରେ ଆଉ କିଛି ଅଭିଯୋଗର ଶୁଣାଣୀ କରାଯାଇଥିଲା । ମାତ୍ର ଶିବିର ସ୍ଥଳରେ ଉପସ୍ଥିତ ଥିବା ଶତାଧୀକ ଜନସାଧାରଣ ମାନଙ୍କୁ ୱେସାଇଟ ଜରିଆରେ ଅଭିଯୋଗ କରିବାକୁ କୁହାଯାଇଥିଲା । ସେହିପରିଭାବେ ଶୁଣାଣି ନହୋଇ ପଡ଼ି ରହିଥିବା ଶତାଧିକ ଅଭିଯୋକୁ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କ ପାଖକୁ ପଠାଇ ଦିଆଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା । ଫଳରେ ଘଣ୍ଟା ଘଣ୍ଟା ଧରି ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ ଅପେକ୍ଷା କରିଥିବା ଅଭିଯୋଗକାରୀ ମାନେ ନିରାଶ ହୋଇ ଚାଲି ଯାଇଥିଲେ । ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆର ପ୍ରକାଶ, ପ୍ରକଳ୍ପ ନିଦେ୍ର୍ଧଶକ ସରୋଜ କୁମାର ମହାନ୍ତି, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର କାହ୍ନୁଚରଣ ଧୀର, ଉପଜିଲ୍ଲାପାଳ ମହେନ୍ଦ୍ରପ୍ରସାଦ ମହାନ୍ତି, କୁଜଙ୍ଗ ତହସିଲଦାର ପ୍ରଭାଷ କୁମାର ବେହୁରା, କୁଜଙ୍ଗ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସେହିପରିଭାବେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଶିବିରରେ ଉପସ୍ଥିତ ରହିଥିଲେ । କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଶିବିର ଶିବିରର ଶୃଭ୍ଖଳା ରକ୍ଷା ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.

one × one =