ଇଫ୍କୋକୁ ମିଳିଲା “ବେଷ୍ଟ ଏନ୍ଭର୍ଣ୍ଣମେଂଟ ପ୍ରୋଟେକ୍ସନ ଆୱାର୍ଡ -୨୦୧୯’’

0 663


ପାରାଦୀପ/ଅଠରବାଙ୍କୀ(ସ୍ମୃତି ରଂଜନ ଜେନା): ଓଡିଶା ଷ୍ଟେଟ ସେପ୍ଟି କନ୍କ୍ଲେଭ-୨୦୧୯ରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ସଚିବ ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ବିଭାଗର ନିଦେ୍ର୍ଧଶକ ପ୍ରଦୀପ କୁମାର ଜେନା (ଆଇଏଏସ)ଙ୍କ ଠାରୁ ପାରାଦୀପସ୍ଥିତ ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଜର୍ସ କୋ-ଅପରେଟିଭ ଲିମିଟେଡ (ଇଫ୍କୋ)ର ପାରାଦୀପ ୟୁନିଟ ମୁଖ୍ୟ କେ.ଜେ.ପଟ୍ଟେଲ “କଳିଙ୍ଗ ଏକ୍ସଲେନ୍ସ (ଗୋଲ୍ଡ) ଆୱାର୍ଡ-୨୦୧୮’’ ଗ୍ରହଣ କରିଥିଲେ । ଏହାର ସପ୍ତାହକ ପରେ ଜତ ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ ଏନ୍.ପି ,ଏନ୍.ପି.କେ ଫର୍ଟିଲାଇଜର ପ୍ଲାଂଟ ସମେତ କ୍ୟାପ୍ଟିଭ ଏସିଡ୍ ପ୍ଲାଂଟ ଫର୍ଟିଲାଇଜର ଆସୋସିଏସନ ଅଫ୍ ଇଣ୍ଡିଆନ ସେମିନାର-୨୦୧୯ରେ ଇଫ୍କୋର ପାରାଦୀପ ୟୁନିଟ ମୁଖ୍ୟ କେ.ଜେ.ପଟେଲ କେନ୍ଦ୍ର ଜାହାଜ ଚଳାଚଳ ଓ କେମିକାଲ ଆଣ୍ଡ ଫର୍ଟିଲାଇଜର ରାଷ୍ଟ୍ରମନ୍ତ୍ରୀ ମନ୍ସୁଖ ମାଣ୍ଡଭିୟାଙ୍କ ଠାରୁ “ବେଷ୍ଟ ଏନଭର୍ଣ୍ଣମେଂଟ ପ୍ରୋଟେକ୍ସନ ଆୱାର୍ଡ-୨୦୧୯’’ ଗ୍ରହଣ କରିଛନ୍ତି । ଏ ସମ୍ପର୍କରେ ଇଫ୍କୋର ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରାଙ୍କ ସୂଚନା ଦେଇଛନ୍ତି ।


Leave A Reply

Your email address will not be published.

8 + 9 =