କୁଳମଣି ଷଡ଼ଙ୍ଗୀଙ୍କ ‘ସାମନ୍ତ ସ୍ମରଣେ’ ଉନ୍ମୋଚିତ

0 659

ନୟାଗଡ଼: ଖଣ୍ଡପଡା ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ବୈଦ୍ୟନାଥ ଷଢଙ୍ଗୀ ସ୍ମାରକୀ, ସାହିତ୍ୟ, ସଂସ୍କୃତି ଓ କଳା ସଂସଦ ପକ୍ଷରୁ ବିଶ୍ୱବିଖ୍ୟାତ ଜ୍ୟୋର୍ତିର୍ବିତ୍ ଉତ୍କଳ ଭାସ୍କର ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ବୃତାନ୍ତ ସଂପର୍କିତ ପ୍ରଥମ ଆଲୋଚନା ଚକ୍ର ଖଣ୍ଡପଡାସ୍ଥିତ ଫାର୍ମହାଉସ୍ ପରିସରରେ ଅନୁଷ୍ଠିତ ହେଇଯାଇଛି । ଅବସରପ୍ରାପ୍ତ ପ୍ରଶାସକ ତଥା ବିଶିଷ୍ଟ ସାହିତ୍ୟିକ କୁଳମଣି ଷଢଙ୍ଗୀଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟାନୁରାଗୀ ଓ ବୁଦ୍ଧିଜୀବିମାନେ ଯୋଗ ଦେଇ ଯୋଗଜନ୍ମା ସାମନ୍ତଙ୍କ ସୁଦୂରପ୍ରସାରୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଖଣ୍ଡପଡା ମାଟିର ଦାୟାଦ ତଥା ବିଶିଷ୍ଟ ଶିଶୁ ସାହିତ୍ୟିକ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର) ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସାମନ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥିମାନେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ସମ୍ମାନୀତ ଅତିଥି ରୂପେ କଟକ ଜିଲ୍ଲା ବଡମ୍ବା ଅଂଚଳର ବିଶିଷ୍ଟ ସାହିତ୍ୟିକ ସୂର୍ଯ୍ୟନାରାୟଣ ମିଶ୍ର, ଦୁର୍ଯ୍ୟୋଧନ ବରାଳ, କବି ଜଗନ୍ନାଥ ବାରିକ, ପଠାଣି ସାମନ୍ତଙ୍କ ଅଣନାତି ତଥା ବରିଷ୍ଠ ଆଇନଜୀଵୀ ନାରାୟଣ ପ୍ରସାଦ ସିଂହସାମନ୍ତ, ବାଙ୍କୀ ଅଂଚଳର ଶିଶୁ ସାହିତ୍ୟିକ ଶିବପ୍ରସାଦ ରାଉତ, ରବିନାରାୟଣ ମଙ୍ଗରାଜ, ବିଶିଷ୍ଟ ସ୍ତମ୍ଭକାର ତଥା ଆଇନଜୀବି ଗିରିଜା ଶଙ୍କର ତରାସିଆ, ଶିଶୁକବି କାଶିନାଥ ଦାସ ଯୋଗଦେଇ ପଠାଣି ସାମନ୍ତଙ୍କ ପ୍ରତିଭା ଅବିସ୍ମରଣୀୟ ଓ ଏହା ସୁଦୂରପ୍ରସାରୀ ହେଉ ବୋଲି ମତ ଦେଇଥିଲେ । ଖାଲି ସେତିକି ନୁହେଁ ପଠାଣି ସାମନ୍ତଙ୍କୁ ନେଇ ଖଣ୍ଡପଡାବାସୀ ଯେତିକି ଗର୍ବ ଅନୁଭବ କରନ୍ତି ତାହା ଠାରୁ ଅଧିକ ଗୈାରାବାନ୍ୱିତ ମନେକରନ୍ତି ଦୁର ଦେଶବାସୀ ବୋଲି ଅତିଥିମାନେ ମତ ଦେଇଥିଲେ । ସେହିପରି ବର୍ଷର ଭିନ୍ନ ଭିନ୍ନ ଦିନରେ ପଠାଣି ସାମନ୍ତଙ୍କ ଜୟନ୍ତୀ ଉତ୍ସବ ପାଳନ ହେଉଥିବାରୁ ଏ ନେଇ ଅତିଥିମାନେ କ୍ଷୋଭ ପ୍ରକାଶ କରିବା ସହ ତିଥି ଅନୁଯାୟୀ ମହାମନୀଷି ସାମନ୍ତଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯିବା ଉଚିତ୍ ହେବ ବୋଲି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଥିଲେ । ଏ ଅବସରରେ ଖଣ୍ଡପଡା ସହରର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଅବସରପ୍ରାପ୍ତ କଳା ଶିକ୍ଷକ ଲଡୁକିଶୋର ସିଂହସାମନ୍ତଙ୍କୁ ଅତିଥିମାନେ ଉତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଶାନ୍ତିସେନା ପବ୍ଲିକେଶନ ଦ୍ୱାରା ପ୍ରକାଶିତ ଲେଖକ କୁଳମଣି ଷଢଙ୍ଗୀଙ୍କ ଦ୍ୱାରା ଲିଖିତ “ସାମନ୍ତ ସ୍ମରଣେ ” ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମଚିତ ହୋଇଥିଲା । ଯୁବକଣ୍ଠଶିଳ୍ପୀ ଦର୍ପଦଳନ ରଥ ଢୁମ୍ପା ସଂଙ୍ଗୀତ ଓ ଶିକ୍ଷୟତ୍ରୀ ଶୈଳବାଳା ରଥ ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୈାତମବୁଦ୍ଧ ସିଂହସାମନ୍ତ, ଜିତେନ୍ଦ୍ର କୁମାର କାଟିଆ, କାଶିନାଥ ବେହେରାଙ୍କ ସମେତ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ । ଆଲୋଚନାଚକ୍ରରେ ଖଣ୍ଡପଡା ଓ ଏହାର ଆଖପାଖ ଅଂଚଳରୁ ବହୁ ବୁଦ୍ଧିଜୀବି ଯୋଗଦେଇଥିଲେ ।

Leave A Reply

Your email address will not be published.

twenty − twenty =