ଲଦାଖରେ ଭାରତୀୟ ସେନାର ସମରାଭ୍ୟାସ

0 1,422

ଚୀନ ସହିତ ନିକଟ ସମୟରେ ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ଓ ବାୟୁସେନା ଲଦାଖର ଉଚ୍ଚ ଇଲାକାରେ ଜୋରଦାର ଯୁଦ୍ଧାଭ୍ୟାସ କରି ଶତ୍ରୁକୁ ନିଜ ସୈନ୍ୟ ଶକ୍ତିର ପରିଚୟ ଦେଇଛନ୍ତି।

ଏହି ଯୁଦ୍ଧାଭ୍ୟାସ ସମୟରେ ନର୍ଦର୍ଣ୍ଣ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ମଧ୍ୟ ଉପସ୍ଥିତ ଥିଲେ। କୁହାଯାଉଛି ଯେ ଭାରତୀୟ ସେନା ପାରାଚ୍ୟୁଟ୍ ଜରିଆରେ ଲଦାଖର ପାହାଡ଼ି ଇଲାକାରେ ଡେଇଁବା ଅଭ୍ୟାସ କରିଥିଲେ। ଏହି ସମୟରେ ଭାରତୀୟ ଯବାନଙ୍କ ସହିତ ବାୟୁସେନା  ବିମାନ ମଧ୍ୟ ସାମିଲ ଥିଲା। ବାୟୁସେନାର ସି-୧୭ ବିମାନ ରାତିର ଅନ୍ଧକାରରେ ମଧ୍ୟ ଯନ୍ତ୍ରପାତି ଉପକରଣ ପହଞ୍ଚାଇବାର ଅଭ୍ୟାସ୍ କରିଥିଲା। ଅନ୍ୟପଟେ ସେନାର ଅତ୍ୟାଧୁନିକ ଟି-୨୦ ଭୀଷ୍ମ ଟ୍ୟାଙ୍କର ଗର୍ଜନରେ ଲଦାଖର  ପାହାଡ଼ି ଇଲାକା ଥରି ଉଠିଥିଲା।

ଭାରତର ସୈନ୍ୟ ଅଭ୍ୟାସ୍ ସମୟରେ ଆମେରିକା ନିର୍ମିତ ପରିବହନ ବିମାନ ସି ୧୩୦ଜେ, ଇସ୍ରାଏଲ ନିର୍ମିତ ହେରୋନ ୟୁଏଭି ଓ ରୁଷ ନିର୍ମିତ ଏମଆଇ ୧୭ଭି୫ ହେଲିକପ୍ଟର ମଧ୍ୟ ସାମିଲ ଥିଲା। ଉଲ୍ଲେଖଯୋଗ୍ୟ, ଏହି ଇଲାକାରେ ଗତ ଦିନରେ ଭାରତୀୟ ଓ ଚୀନୀ ସୈନିକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବୁଧବାର ଭାରତ ଓ ଚୀନ ସୈନିକ ମଧ୍ୟ ପୂର୍ବ ଲଦାଖରେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଦୁଇ ସେନା ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣା ୧୩୪ କିଲୋମିଟର ଲମ୍ଵ ପେଙ୍ଗୋଗ ହ୍ରଦର ଉତ୍ତର ତଟରେ ହୋଇଥିଲା। ଏହାର ଏକ ତୃତୀୟାଂଶ ଅଂଶ ଚୀନ ନିୟନ୍ତ୍ରଣରେ  ରହିଛି।

Leave A Reply

Your email address will not be published.

fifteen + 10 =