ବିରିଡି : ଜଗତସିଂହପୁର ଜିଲ୍ଲାର ତିର୍ତ୍ତଲ ନିର୍ବାଚନ ମଣ୍ଡଳୀ ବିରିଡି ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବତିମିରା ଠାରେ ଅଭିଭାବକ ତଥା ମାତୃସମିଳନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ନାରୀନେତ୍ରୀ ତଥା ରାଜ୍ୟ ସରକାର ଙ୍କ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନ୍ଦାକିନୀ କର ସେ ତାଙ୍କ ବକ୍ତବ୍ୟ ରଖିଥିଲେ ଯେ ଶିଶୁ ମାନେ ଆମ ଦେଶର ଭବିଷ୍ୟତ । ସୁନ୍ଦର ଭାରତ ଗଠନରେ ଏହି ଶିଶୁ ମାନେ ଆସନ୍ତା ଦିନରେ ଏମାନଙ୍କ ଭୂମିକା ମହତ୍ୱପୂର୍ଣ୍ଣ ରହିବ । ମୁଖ୍ୟମନ୍ତ୍ରୀ ଶିଶୁ ଙ୍କ ପାଇଁ ବହୁ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି । ତା ପରେ ରାଜ୍ୟରେ ଯେ କୌଣସି ଜାଗାରେ ଶିଶୁ ମାନଙ୍କୁ ଅତ୍ୟାଚାର ହେଉଥିବ ତାକୁ ବରଦାସ୍ତ କରାଜୀବନି । ଅଭିଭାବକ ମାନଙ୍କୁ ଦର୍ଶାଇ ଥିଲେ ଯେ ମୋବାଇଲ ମନୋରଞ୍ଜନ କାର୍ଯ୍ୟକ୍ରମ କୁ କମ ଆପଣାଇ ଶିଶୁ ମାନଙ୍କ ସୁରକ୍ଷା ଓ ତାଙ୍କର ଆଗାମୀ ଭବିଷ୍ୟତ ରେ କିପରି ଭଲ ମଣିଷ ଟିଏ ହୋଇ ବାହାରିବେ ସେଥିପାଇଁ ଯତ୍ନବାନ ହୁଅନ୍ତୁ । ଯଦି ଶିଶୁ ମାନଙ୍କ ଅଧିକାର ରୁ ଆପଣଙ୍କୁ କିଏ ବଂଚିତ କରେ ତାହାଲେ ଆପଣ ଟୋଲ ପ୍ରି ନଂ ଙ୍କୁ କଲ କଲେ ଆମେ ୨୪ ଘଣ୍ଟା ଭିତରେ ଆପଣଙ୍କ ପାଖରେ ପହଁଚିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସଂମାନୀୟ ଅତିଥିଭାବେ ଯୋଗଦେଇ ରାଜ୍ୟ ମହିଳା ଅୟୋଗ ସଦସ୍ୟା ସ୍ନେହାଜଳି ମହାନ୍ତି କହିଲେ ରାଜ୍ୟ ସରକାର ଶିଶୁ ଓ ନାରୀ ମାନଙ୍କ ପାଇଁ ପ୍ରତିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସଖୀ ଯୋଜନା ପ୍ରଣୟନ କରିଛନ୍ତି ବୋଲି ଅଭିଭାବକ ମାନଙ୍କୁ ଜଣାଇଥିଲେ ।
ଏବଂ ଏଯେଉଁମାନେ ନାରୀ ମାନଙ୍କ ର ଆପତ୍ତି ଜଣକ ଫୋଟ ପୋଷ୍ଟ କରୁଛନ୍ତି ଆମକୁ ଜଣାଇଲେ ଆମେ ତୁରନ୍ତ ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବୁ ।
ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୫୦୦ ଅଭିଭାବକ ଅଂଶଗ୍ରହଣ କରିଥିଲେ ।