ଖୋଲିଲା ନିହାରିକା ମୃତ୍ୟୁ ରହସ୍ୟ:ତଣ୍ଟି ଚିପି ମାରି ଦେଇଥିଲା ବୟଫ୍ରେଣ୍ଡ୍‌ ରାଜା

0 703

ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା ): ନର୍ସ ନିହାରୀକା ପାତ୍ରଙ୍କୁ ବୟଫ୍ରେଣ୍ଡ୍‌  ରାଜା ଓରଫ କିଶୋର ଅଞ୍ଚଳ ହିଁ ମାରିଛି। ପୁଲିସ ନିକଟରେ ସେ ନିଜର ଦୋଷ ସ୍ୱୀକାର କରିବା ସହିତ ପୂରା ଘଟଣା କେମିତି ଘଟାଇଥିଲା, ତା’ର ଡେମୋ କରି ଦେଖାଇଥିବା ଜଗତସିଂହପୁର ଏସ୍‌ପି ଆର୍‌ ପ୍ରକାଶ ଆଜି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗତ ୮ ତାରିଖ ସନ୍ଧ୍ୟାରେ ରାଜା କୌଶଳ କ୍ରମେ ନିହାରୀକାଙ୍କୁ ନର୍ସିଂହୋମ୍‌ରୁ ଡାକି ନେଇଥିଲା। ଆଉ ନିହାରୀକା ତାଙ୍କ ସହିତ ବାଇକ୍‌ରେ ଯାଇଥିଲେ। ସେମାନେ ପ୍ରଥମେ କଟକ ଚାଉଳିଗଞ୍ଜ ସ୍ଥିତ ରାଜାର ସାଙ୍ଗ ସୁନୀଲ ସାହୁଙ୍କ ଭଡ଼ା ଘରକୁ ଯାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ, ରାଜା ତାଙ୍କ ସାଙ୍ଗଠାରୁ ତାଙ୍କ ଘରର ଚାବି ରଖିଥିଲେ। ସେଠାରେ ନିହାରୀକାଙ୍କୁ ରାଜା ତଣ୍ଟିଚିପି ହତ୍ୟା କରିଥିଲା। ସନ୍ଧ୍ୟା ପ୍ରାୟ ୭ରୁ ୮ଟା ଭିତରେ ସେ ତାଙ୍କୁ ମାରିଥିଲା। ପରେ ମୃତଦେହକୁ ଏକ ପ୍ଲାଷ୍ଟିକ୍‌ ଅଖାରେ ପୂରାଇ ବାଇକ୍‌ରେ ନେଇ ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅଞ୍ଚଳର ବିଲୁଆଖାଇ ନଦୀକୁ ଫିଙ୍ଗି ଦେଇଥିଲେ। ଏହି କାମ ସେ ଏକା ହିଁ କରିଥିଲା। ଏହାର ପ୍ରମାଣ ପୁଲିସ ପାଖରେ ରହିଛି। ମୃତଦେହକୁ ଫିଙ୍ଗିପା ପରେ ରାଜା ଚେନ୍ନାଇ ପଳାଇ ଯାଇଥିଲା। ଗତକାଲି ସେ ତା ଗାଁକୁ ଫେରୁଥିବା ନେଇ ପୁଲିସ ଖବର ପାଇଥିଲା। ତା’ପରେ ଏକ ଟିମ୍‌ ଯାଇ ତାକୁ ଗିରଫ କରିଥିଲା। ଅଧିକ ପଚରାଉଚରା ପାଇଁ ରାଜାକୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ଏସ୍‌ପି କହିଛନ୍ତି। ଏସ୍‌ପି ଆର୍‌ ପ୍ରକାଶ କହିଛନ୍ତି, ବିବାହକୁ ନେଇ ରାଜା ଓ ନିହାରୀକାଙ୍କ ମଧ୍ୟ ବିବାଦ ହୋଇଥିଲା। ରାଜା ବେକାର ଥିବାରୁ ନିହାରୀକା ବିବାହ କରିବାକୁ ଅମଙ୍ଗ ଥିଲେ। ସେଥିପାଇଁ ସେ ତାଙ୍କୁ ମାରି ଦେଇଥିଲା। ଏକଥା ସେ ଜେରା ବେଳେ ମାନିଥିଲା।

Leave A Reply

Your email address will not be published.

seventeen + nineteen =