. ଇଂ ବିଷ୍ଣୁ ସାହୁ
ଆଜି ତୋର ଜନ୍ମଦିନ
ମିଲୁ ! ତୁ ଏବେ ଆମଠୁ କେତେ ଦୂରରେ !
ସୁଦୂର ହଂକଂ ରେ
ତୋର ଜୀବନ ଓ ପ୍ରଫେସନ୍..
ସେଠି
ମକାଓ ସହରରେ ଦୁଇମାସ ତଳେ
ତୋ ସାଙ୍ଗ ଉଠେଇଥିବା
ତୋର ଏଇ ଫଟୋଟି
ମୋତେ ବହୁତ ଭଲ ଲାଗେ
ତୁ ପଠେଇଥିଲୁ ସେଇଟି...
ଆଜି ତୋର ଜନ୍ମଦିନରେ ତୋତେ
ବହୁତ ମିସ୍ କରୁଚୁ ଆମେ ଏଠି....
ଗୋଟି ଗୋଟି ହୋଇ ମନେ ପଡ଼ିଯାଉଚି
ତୋ ନୂଆଡ୍ରେସ୍ କିଣିଲାବେଳେ
ତୋର ଚମତ୍କାର ଚଏସ୍ ଓ ସିଲେକ୍ସନ୍ ର
କେତେକେତେ ଅଭୁଲା କଥାସବୁ....
ଲୁହମୟ ହୋଇଯାଉଚି
ଆମ ଆଖି.....ଆମ ସଂସାର...
ତୁ ଭଲରେ ଥା
ମା ଶାରଳା ତୋତେ
ଘଣ୍ଟ ଘୋଡ଼େଇ ରଖିଥାଆନ୍ତୁ...