ଜଗତସିଂହପୁର ( ଦୁର୍ଯ୍ୟୋଧନ ମହାରଣା ): ଓଡ଼ିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହ ଠାରେ ଏକ ଅଦାଲତ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା,ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର ପ୍ରମୁଖ ଯୋଗଦେଇ ଏହି ମହିଳା କ୍ୟାମ୍ପ କୋର୍ଟରେ ବିଭିନ୍ନ ନିର୍ଯାତିତା ମହିଳାମାନଙ୍କ ସମସ୍ୟା ଉପରେ ସମାଧାନ କରି ନିଷ୍ପତ୍ତି ପ୍ରଦାନ କରିଥିଲେ।