ବାଙ୍କୀ (ଆଶିଷ କୁମାର ମହାପାତ୍ର): ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁ ରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କା ଘରକୁ ‘ବିଜୁ ପକ୍କା ଘର ଯୋଜନାରେ ପରିଣତ କରିଛନ୍ତି’ । କେନ୍ଦ୍ରୀୟ ବିଜେପି ଦଳର ଆହ୍ୱାନ କ୍ରମେ ବାଙ୍କୀ ବିଜେପି ପକ୍ଷରୁ ବାଙ୍କୀ ବ୍ଳକ, ଡମପଡ଼ା ବ୍ଳକ ଓ ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ କାର୍ଯ୍ୟାଳୟ ଠାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କୃଷକ ମୋର୍ଚ୍ଚା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଙ୍କୀ ବିଜେପି ବିଧାୟକ ପାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ଘେରାଉ କରିଥିଲେ । ଶ୍ରୀ ପାଢୀ ଏ ସଂପର୍କରେ ବାଙ୍କୀ ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ , ବାଙ୍କୀବ୍ଲକ ବି.ଡି.ଓ , ଡମପଡ଼ା ବ୍ଳକ ବି.ଡ଼ି.ଓଙ୍କ ଜରୀଆରେ ଓଡ଼ିଶାର ରାଜ୍ୟପାଳଙ୍କ ନିକଟକୁ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁ ରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହେଉଥିବା ପକ୍କାଘର କୁ ରାଜ୍ୟ ସରକାର ‘ବିଜୁ ପକ୍କା ଘର ମୋ ଆବାସ’ ଯୋଜନାରେ ହେଉଛି ବୋଲି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦି ସରକାର ଦେଶର ବିଭିନ୍ନ ପ୍ରକାରର ଜନହିତକର ଯୋଜନା କରାଯାଉଛି ବୋଲି କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ୍ କରି ନାଁ ବଦଳାଇ ବାହା ବାହା ନେବାକୁ ବସିଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ୪ଲକ୍ଷ ପକ୍କା ଘର ନିର୍ମାଣର ଶୁଭ ଦେବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ମାତ୍ର ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କାଟିଏ ଅର୍ଥ ବରାଦ ନାହିଁ ହେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟସରକାର ଚତୁର ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜାଗାରେ ‘ମୋ ଅବାସ’ ବୋଲି କହି ବିଜ୍ଞାପନ ଦେଉଛନ୍ତି । ପୂର୍ବରୁ ରାଜ୍ୟ ସରକାର ଯେତେ ବିଜ୍ଞାପନ ଛପାଇଛନ୍ତି ସେଠାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ପ୍ରଧାନମନ୍ତ୍ରୀ ଶବ୍ଦଟିକୁ ବାଦ ଦେଇ ସାଧାରଣ ଲୋକାମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଂ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଏବଂ ସହରାଂଚଳରେ ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବେ ବୋଲି ସ୍ମାରକ ପତ୍ରରେ ଦର୍ଶାଯାଇଛି । ହୀନ ରାଜନୀତିରୁ ନିବୃତ ରହି କେନ୍ଦ୍ର ସରକାରଙ୍କ ଅନୁଦାନକୁ ସ୍ୱୀକାର କରିବା ସହ ସମସ୍ତ ବିଜ୍ଞପ୍ତି ଓ ବିଜ୍ଞାପନରେ ସ୍ପଷ୍ଟ ଭାବରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା ବୋଲି ଲେଖିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟପାଳଙ୍କୁ ଏହି ସ୍ମାରକ ପତ୍ର ଜରୀଆରେ ଦର୍ଶାଯାଇଛି । ଏହି କାର୍ଯ୍ୟକ୍ରମରେ ଆଡ୍ଭୋକେଟ୍ ଯଯାତି କେଶରୀ ପଟ୍ଟନାୟକ, ସଂଗ୍ରାମ ବିଭୂତି ରାୟ, କାହ୍ନୁଚରଣ ବେହେରା, ଅଜିତ୍ ସୁବୁଦ୍ଧି , ଶ୍ରୀନୀବାସ ବେହେରା, ଶ୍ରୀକୃଷ୍ଣ ବେହେରା, ଦେବୀପ୍ରସାଦ ମହାନ୍ତି, ବିଶ୍ୱନାଥ ପାଢୀ, ପ୍ରେମାନନ୍ଦ ମହାରଣା, ଉତ୍କଳ ମନ୍ତ୍ରୀ, କମଳକାନ୍ତ ପ୍ରହରାଜ, ନିରୋଜ ସ୍ୱାଇଁ, ପ୍ରଣବ ମହାପାତ୍ର, ଜୟନ୍ତ ବେଉରା, ପ୍ରସନ୍ନ ସ୍ୱାଇଁ, ସଂଜୟ ରଣା, ପ୍ରମୋଦ ସାମଲଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଓ କର୍ମୀମାନେ ଯୋଗଦେଇ ଏହାକୁ ସଫଳ କରିଥିଲେ । ବିଜେପି ନେତା ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।