ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା) : ସିଦ୍ଧଳ ସରକାରୀ ବିଦ୍ୟାଳୟ ପରିସରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟ ୨୦୧୯-୨୦ ଶେଷ ହୋଇଛି ।ଏହି ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁ ଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ହେମନ୍ତ କୁମାର ରାୟ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ଦାସ, ଉପାଧକ୍ଷ ପ୍ରଭାସିନୀ ରାୟ, ଇନ୍ଦ୍ରମଣି ସାହୁ,ନିରଞ୍ଜନ ମହାପାତ୍ର,ଦୟାନିଧି ଉପ୍ରା ବିଦ୍ୟାଳୟର ସି ଆର ସି ସି ମହମଦ ସବୀର ଅଲ୍ଲୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ ।ଏହି ପୋଷାକ ବଣ୍ଟନ ସଭାରେ ବିଦ୍ୟାଳୟର ୧୩୪ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମିହିର କୁମାର ପାଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଶେଷରେ ଶିକ୍ଷକ ଦିଲ୍ଲୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟ କ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ ।