ମନୋଜ ଆଚାର୍ଯ୍ୟ
ଉଜାଡି ଦିଅନି
ଅସରନ୍ତି ଆଶା ଭରସା
ନିତି ସପନରେ ଆସୁଥିବା
ସେଇ ବେଳାଭୂମି
ମମତାରେ ଗଢା
ସ୍ନେହ ପ୍ରେମ ବିଶ୍ବାସରେ
ମଜବୁତ ସଂପର୍କର ବାଲିଘର
ସାଉଁଟି ରଖିଛି
କେତେ ମୋତି ମାଣିକ ସମ୍ଭାର !
ମୁକ୍ତା ନ ଥିବା ଶାମୁକା ମୁଁ
ପଡିଛି ଏ ବାଲି ବିଛଣାରେ
ଅଶାନ୍ତ ଲହରୀ ଆଘାତ
କରେ ମତେ ହରବର !
ସ୍ବପ୍ନ କେବେ ସତ ହୁଏ
ଜାଣିଛ କି ..
ନିଘୋଡ ନିଦରେ ଭାସୁଥାଏ
ବୁଡୁଥାଏ
ଅତୀତ ଜାବୁଡି
ଅଦିନିଆ ସୁନାମି ଆସେ
ଧୋଇନିଏ ବାଲିଘର
ଭାଙ୍ଗିଯାଏ ନିଦ
ଅଧୁରା ଏ ସ୍ବପ୍ନ
ନିଗାଡେ ଲୁହ ଧାର ଧାର !