ଗରିବ ଅସହାୟଙ୍କୁ ଭେଟିଲେ ‘ଏଫ୍ଆଇଏନ୍ ଆଣ୍ଡ ଓଆଇଜି’ର ସଭାପତି

0 499


ତିର୍ତୋଲ (ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକର କଟରା ଓ କୋଠୀ ମଲ୍ଲିକାପୁର ପଂଚାୟତର କେତେକ ଗରିବ ଓ ଅସହାୟ ପରିବାରକୁ ତିର୍ତ୍ତୋଲ ବିଶିଷ୍ଟ ସମାଜସେବୀ ତଥା ଏଫ୍ ଆଇ ଏନ୍ ଆଣ୍ଡ ଓଆଇଜିର ସଭାପତି ହିମାଂଶୁ ଭୂଷଣ ମଲ୍ଲିକ ଭେଟି ସହଯୋଗର ହାତ ବଢ଼ାଇବା ସହିତ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଗତ ୩ ରୁ୪ ମାସ ପୂର୍ବେ କଟରା ପଂଚାୟତ ଦୁର୍ଦ୍ଧା ଗ୍ରାମରେ ସିରିଏଲ ଘରପୋଡ଼ି ବାସହରା ହୋଇଥିବା ସେହି ସମୟରେ ସମାଜସେବୀ ଶ୍ରୀଯୁକ୍ତ ମଲ୍ଲିକ ପରିବାରମାନଙ୍କୁ ଭେଟି ସହାୟତାର ହାତ ବଢ଼ାଇଥିବାବେଳେ ଏବେ ସେହି ପରିବାର ମାନେ କିଭଳିଭାବେ ଅଛନ୍ତି ତାହା ପଚାରି ବୁଝିଥିଲେ । ଘରପୋଡ଼ିର ଅନେକ ଦିନ ବିତିଯାଇଥିଲେ ମଧ୍ୟ ସରକାରୀ ସହାୟତା ମିଳିନଥିବା ଶ୍ରୀଯୁକ୍ତ ମଲ୍ଲିକ କ୍ଷୋଭ ପ୍ରକାଶ କରିଥିଲେ । ଏହି ପଂଚାୟତର ଜଣେ ଛାତ୍ର ଦୁର୍ଘଟଣାରେ ତାଙ୍କର ଗୋଡ଼ ହାତ ଭାଙ୍ଗିଯାଇଥିଲା କିନ୍ତୁ ଚିକିସôାପାଇଁ ଅର୍ଥ ସାଜିଥିଲା ବାଧକ । ଶ୍ରୀଯୁକ୍ତ ମଲ୍ଲିକ ସେହି ଛାତ୍ରକୁ ଭେଟି ଆର୍ଥିକ ସହାୟତାର ହାତ ବଢ଼ାଇଥିଲେ । କୋଠୀ ମଲ୍ଲିକାପୁର ପଂଚାୟତରେ ଜଣେ ବ୍ୟକ୍ତିଙ୍କର ଏକମାତ୍ର ସାହାରା ଦୋକାନଟି ଫନି ବାତ୍ୟାରେ ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିବାବେଳେ ପୁନର୍ବାର ଦୋକାନ ଗଢ଼ିତୋଳିବାପାଇଁ ସାମର୍ଥ୍ୟ ନାହିଁ । ତାଙ୍କୁ ମଧ୍ୟ ସରକାରୀ ସାହାଯ୍ୟ ମିଳିନାହିଁ । କୋଠୀ ମଲ୍ଲିକାପୁର ପଞ୍ଚାୟତରେ ସମାଜସେବୀ ସଂଗଠନ ଏଫ୍ ଆଇ ଏନ୍ ଆଣ୍ଡ ଓଆଇଜି ପକ୍ଷରୁ ଅସହାୟ ଓ ଗରିବା ପରିବାରମାନଙ୍କୁ ବସ୍ତ୍ର ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏଫ୍ ଆଇ ଏନ୍ ଆଣ୍ଡ ଓଆଇଜିର ସଭାପତି ହିମାଂଶୁ ଭୂଷଣ ମଲ୍ଲିକଙ୍କ ତତ୍ୱାବଧାନରେ ସଂଗଠନର ସଭାପତି ଶ୍ରୀପତି ଲେଙ୍କା, ସହସମ୍ପାଦକ ସୁନିଲ କୁମାର ରାଣା, ବିଶ୍ୱଜିତ୍ ପାତ୍ର, ସାଫି ଆଜମ, ରାକେଶ ସ୍ୱାଇଁ, ସାଇ ପ୍ରଭଞ୍ଜନ ମହାପାତ୍ର, ସୌମ୍ୟ ପି୍ରତମ, ରାଜେନ୍ଦ୍ର ରାଉତ, ସୌମ୍ୟ ରଞ୍ଜନ ସାହୁ, ଅଜିତ୍ ମଲ୍ଲିକ, ନିଲୁ ବିଶ୍ୱାଳ ପ୍ରମୁଖ ସହଯୋଗରେ ବିଭିନ୍ନ ସଂରଜାମ ପ୍ରଦାନ କରାଯାଇଥିଲା । ଏଫ୍ ଆଇ ଏନ୍ ଆଣ୍ଡ ଓଆଇଜିର ସଭାପତି ହିମାଶୁଂ ଭୂଷଣ ମଲ୍ଲିକଙ୍କ ସମାଜର ଅବହେଳିତ ଓ ଅସହାୟ ଲୋକମାନଙ୍କ ପ୍ରତି ଏଭଳି ଉଲ୍ଲେଖନୀୟ କାର୍ଯ୍ୟପାଇଁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

six + eighteen =