ଭଙ୍ଗା ଘରେ ବଢ଼ୁଚି କାଲିର ଭବିଷ୍ୟତ

0 467

ଖୋର୍ଦ୍ଧା,(ଅନଶୂୟା ଶ୍ରୀଚନ୍ଦନ): ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ସ୍କୁଲ ଅଛି ଛାତ୍ରଛାତ୍ରୀ ଅଛନ୍ତି ହେଲେ ଘର ନାହିଁ । ଗାଁରେ ଥିବା ଏକ କୋଠ ଘରେ ଚାଲିଛି ଶିକ୍ଷାଦାନ । ଦୁର୍ବଳ କାନ୍ଥ ସାଙ୍ଗକୁ ଭଙ୍ଗା ଆଜବେଷ୍ଟସ ପାଇଁ ବର୍ଷା ହେଲେ ପାଣି ମଧ୍ୟ ଗଳୁଛି । ଏଭଳି ବିପଦ ସଂକୁଳ ଅବସ୍ଥାରେ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ ।
ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ରାଜଧାନୀ ଠାରୁ ମାତ୍ର ୪୦ କିଲୋମିଟର ଦୂରରେ ଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଡିଙ୍ଗର ପଞ୍ଚାୟତର ନୂଆ ଆଦିବାସୀ ସାହି ପ୍ରକଳ୍ପ ବିଦ୍ୟାଳୟର ଦୃଶ୍ୟ । ଗତ ୨୦୧୨ ମସିହାରୁ ଏଠାରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚାଲୁଛି ଶିକ୍ଷାଦାନ ।
ହେଲେ ପାଠପଢା ଚାଲିଛି ଗାଁରେ ଥିବା ଏକ ଭଙ୍ଗା କୋଠା ଘରେ । ଦୁର୍ବଳ ମାଟି କାନ୍ଥ ସାଙ୍ଗକୁ ଭଙ୍ଗା ଆଜବେଷ୍ଟସ, ଆଉ ବର୍ଷା ହେଲେ କଥା ସରିଲା । ଖାଲି ସେତିକି ନୁହେଁ ଅନେକ ସମୟରେ ଏହି ଘରେ ପଶୁଛନ୍ତି ସରୀସୃପ । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଛାତ୍ରଛାତ୍ରୀ ।ସେହି ଚିରାଚରିତ କଥା । ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ହେଲେ ସରକାରଙ୍କ ଯୋଜନା ବୋଧହୁଏ ଏହି ସ୍କୁଲର ବିକାଶ ପାଇଁ ବାଟବଣା ହୋଇଛି । ଏହି ସ୍କୁଲରେ ନା ଅଛି ନିଜସ୍ବ ଗୃହ ନା ଶୌଚାଳୟ ।ରୋଷେଇ ଘର ନଥିବା ବେଳେ ପାଚିକା ନିଜ ଘରେ ରୋଷେଇ କରି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଉଥିବା ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି । ଅନ୍ୟପଟେ ବେଗୁନିଆ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କହିଛନ୍ତି ଯଥାଶୀଘ୍ର ସ୍କୁଲର ସମସ୍ୟାର ସମାଧାନ କରାଯିବ ।ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାରଙ୍କର ସବୁ ଯୋଜନା ଏହି ପ୍ରକଳ୍ପ ବିଦ୍ୟାଳୟ ପାଇଁ ଯେମିତି ପାଲଟିଛି ସାତ ସପନ । ତେବେ ନିଜ ମୌଳିକ ଅଧିକାରରୁ ଏହି କୋମଳମତି ଛାତ୍ରଛାତ୍ରୀ ମାନେ ଯେପରି ବାଦ ନପଡିବେ ସେଥିପ୍ରତି ଶିକ୍ଷା ଅଧିକାରୀମାନେ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହେଉଛି ।

ସ୍କୁଲ ଅଛି ଛାତ୍ରଛାତ୍ରୀ ଅଛନ୍ତି ହେଲେ ଘର ନାହିଁ । ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ରାଜଧାନୀ ଠାରୁ ମାତ୍ର 40 କିମି ଦୂରରେ ଥିବା ସ୍କୁଲର କାହାଣୀ ।

Leave A Reply

Your email address will not be published.

5 + 2 =