‘ଖୁଣ୍ଟୁଣୀ ମହୋତ୍ସବ’ ପ୍ରସ୍ତୁତି ବୈଠକ : ଜାକଜମକରେ ପାଳନ ପାଇଁ ଯୋଜନା

0 1,129

ଆଠଗଡ : “ଖୁଣ୍ଟୁଣୀ ମହୋତ୍ସବ” ପ୍ରସ୍ତୁତି ବୈଠକ ଶ୍ରୀ ସପନେଶ୍ୱର ମନ୍ଦିର, ଗାଉଡଝରି ଠାରେ ଅନୁଷ୍ଠିତ ହୋଇଯାଇଛି । ଦଶମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବର୍ଷ ଅନୁଷ୍ଠାନ ତରଫରୁ ଏକ ସ୍ମରଣିକା ଉନ୍ମୋଚନ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି , ଯେଉଁଥିରେ ଆଠଗଡ଼ ଅଞ୍ଚଳର କବି, ଗାଳ୍ପିକ ଓ ଲେଖକମାନଙ୍କର ସମାଜ ପାଇଁ ଶିକ୍ଷଣୀୟ ଲେଖାମାନ ସ୍ଥାନିତ ହେବ । ଏହି ଅନୁଷ୍ଠାନ ଦୀର୍ଘ 9 ବର୍ଷ ହେବ ଆଠଗଡ଼ ଅଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ଆଠଗଡ଼ ମାଟି ପାଇଁ ଗର୍ବ ଗୌରବ ବହନ କରିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମ୍ବର୍ଦ୍ଧନା ଓ ସମ୍ମାନର ଏକ ବିଶେଷ କାର୍ଯ୍ୟକ୍ରମ କରି ଆସୁଅଛି ଯାହା ବିଶ୍ୱ ପ୍ରସିଦ୍ଧ ଅଷ୍ଟଶମ୍ଭୁଙ୍କ ନାମରେ ନାମିତ । ବୈଠକରେ ସଭାପତି ଦୀପକ ସାହାଣୀ, ସମ୍ପାଦକ ମଳୟ ବସ୍ତିଆ, କୋଷାଧ୍ୟକ୍ଷ ସତ୍ୟବାନ ସାହୁ, କାର୍ଯ୍ୟକାରୀ ସଦସ୍ୟଙ୍କ ମଧ୍ୟରୁ ଗଗନ ପରିଡା, ସନ୍ତୋଷ ସାହୁ, ପ୍ରଦୀପ ଜେନା, କେଶବ ନାୟକ, ସୁବ୍ରତ ବେହେରା, ତୃପ୍ତିରଞ୍ଜନ ଦାସ, ଲକ୍ଷ୍ମୀଧର ମହାରଣା, ଗଣେଶ୍ୱର ଦଳେଇ, ଲକ୍ଷ୍ମୀଧର ସାହୁ, ଜିତେନ୍ଦ୍ର ସାହୁ, ସୁଶାନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ନିଜ ନିଜର ସୁଚିନ୍ତିତ ପ୍ରସ୍ତାବ ରଖିଥଲେ । ପରିଶେଷରେ ସମ୍ପାଦକ ମଳୟ ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × 3 =