ଭୁବନେଶ୍ୱର: ଅଷ୍ଟେ୍ରଲିଆରେ କଥକ ନୃତ୍ୟ ପରିବେଷଣ କରି ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରସାର କରୁଛନ୍ତି ଓଡ଼ିଶାର କୁନି ଝିଅ ଅଭିପ୍ସା । ଅଭିପ୍ସାଙ୍କ ଘର ବାଲେଶ୍ୱରରେ । ମାଆ ଅଞ୍ଜନା ମହାପାତ୍ର ଓ ବାପା ବିଧୂଭୂଷଣ ମହାପାତ୍ର ଅଷ୍ଟେ୍ରଲିଆରେ ସଫ୍ଟଓୟାର୍ ଇଞ୍ଜିନିୟର୍ ଭାବେ କାର୍ଯ୍ୟରତ । ବାପା ବିଧୁଭୂଷଣ ଦିଲ୍ଲୀରେ କାର୍ଯ୍ୟରତ ଥିଲା ବେଳେ ଅଭିପ୍ସା କଥକ ଶିଖିଥିଲେ । ପରବର୍ତ୍ତୀ ସମୟରେ ଅଭିପ୍ସାଙ୍କ ପରିବାର ଅଷ୍ଟେ୍ରଲିଆ ଚାଲିଗଲା ପରେ ସେଠାରେ ମଧ୍ୟ ସେ ନୃତ୍ୟ ପରିବେଷଣ ଜାରି ରଖିଛନ୍ତି । ଆସନ୍ତା ଦିପାବଳୀରେ ମେଲବୋର୍ଣ୍ଣରେ ଭାରତୀୟ ଦୂତାବାସ ତରଫରୁ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବାକୁ ଅଭିପ୍ସା ମନୋନୀତ ହୋଇଛନ୍ତି । ଅଷ୍ଟେ୍ରଲିଆରେ ଆୟୋଜିତ ହେଉଥିବା ପ୍ରବାସୀ ଓଡ଼ିଆମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିପ୍ସା କଥକ ପରିବେଷଣ କରି ବେଶ୍ ଲୋକପ୍ରିୟ ହୋଇଛନ୍ତି । ଆସନ୍ତା ଦିନରେ ତାଙ୍କର ଓଡ଼ିଶୀ ନୃତ୍ୟ ଶିଖିବାର ଇଚ୍ଛା ରହିଛି ବୋଲି ଅଭିପ୍ସା କହିଛନ୍ତି ।