ଜଗତସିଂହପୁରରେ ରାଜ୍ୟସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ

0 555

ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା): ଜଗତସିଂହପୁର ଜିଲ୍ଲା ମଣ୍ଡାସହି ଠାରେ ୬୮ ତମ ରାଜ୍ୟ ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ଅତିଥି ଭାବେ ରାଜ୍ୟ ମତ୍ସ୍ୟ, ପଶୁପାଳନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଜଳ ସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ ତିର୍ତ୍ତଲ ବିଧାୟକ ବିଷ୍ଣୁ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଯୋଗ ଦେଇ ଗୋ ପୂଜନ ସହିତ ଗୋ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ।ପରେ ରାଜ୍ୟ ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ମାନେ ରାଜ୍ୟରେ ଗୋ ସମ୍ପଦର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।ଏପରିକି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀଯୋଜନା ସର୍ବାଗ୍ରେ ରହିଛି।ଏହି ଯୋଜନା ମାଧ୍ୟମରେ ଜନେ ଉଦ୍ୟୋଗୀ ଅତି କମରେ 20ଟି ଗାଈ ବା ମଇଁଷି ରଖିଲେ ସରକାରଙ୍କ ତରଫରୁ ପ୍ରୋତ୍ସାହନ ଦିଆଯାଉଛି।ଏହା ସହିତ ଗୋ ସମ୍ପଦ ପାଳନରେ କୃତିତ୍ୱ ଅର୍ଜନ କରିବା ଚାଷୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l

Leave A Reply

Your email address will not be published.

four × 1 =