ତିନିଥର ବାତିଲ ପରେ ତହସିଲ କାର୍ଯ୍ୟାଳୟର ନୂତନ କୋଠା ଉଦଘାଟିତ

0 571


କୁଜଙ୍ଗ(ରଂଜିତ କୁମାର ପଣ୍ଡା) : କୁଜଙ୍ଗ ତହସିଲ କାର୍ଯ୍ୟାଳୟର ନୂତନ କୋଠାଘର ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମରାଣ୍ଡିଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି । ମନ୍ତ୍ରୀ ଶ୍ରୀଯୁକ୍ତ ମରାଣ୍ଡିଙ୍କ ସହିତ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଉପରୋକ୍ତ ଅତିଥିମାନେ ବ୍ଳକ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଆସିଥିଲେ । ତହସିଲ କାର୍ଯ୍ୟାଳୟର ନୂତନ କୋଠାକୁ ଫିତା କାଟି ଅତିଥି ମନେ ଉଦଘାଟନ କରିଥିଲେ । ପରେ ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମାବେଶରେ ରାଜସ୍ୱ ଶ୍ରୀଯୁକ୍ତ ମରାଣ୍ଡି ଉଦବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ୟନାୟକଙ୍କ ନେତୃତ୍ୱରେ ପରିଚାଳିତ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥପାଇଁ କାର୍ଯ୍ୟ କରୁଥିବା କହିଥିଲେ । ସେ ସରକାରଙ୍କ ଦୁର୍ନୀତି ରୋକିବାକୁ ସରକାରଙ୍କର ମୋ ସରକାର ଏବଂ ୫ ଟି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଜସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ଦାସ ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ କାର୍ଯ୍ୟକରିବା ସହିତ ତୃଣ ମୂଳ ସ୍ତରରେ କିପରିଭାବେ ଲୋକମାନଙ୍କର ଜୀବନ ଧାରଣର ମାନ ଉନ୍ନତ ହୋଇ ପାରିବ ସେନେଇ ଉଦ୍ୟମ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ଜିଲ୍ଲାପାଳ ଶ୍ରୀଯୁକ୍ତ ମହାପାତ୍ର ପଂଚାୟତ, ତହସିଲ ,ବଂ ବ୍ଳକ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟରେ ସ୍ୱଛତା ରକ୍ଷାକରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି ଅବସରେ ଯାଦବ ସଙ୍ଘ, ଓକିଲ ସଙ୍ଘ, ତହସିଲ କର୍ମଚାରୀ ଆଦିଙ୍କ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ତହସିଲଦାର ପ୍ରଭାଷ ଚନ୍ଦ୍ର ବେହୁରା, ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, କବି ପୀତାମ୍ବର ତରାଇ, କୁଜଙ୍ଗ ଓକିଲ ସଙ୍ଘର ସଭାପତି ଆଇନଜିବୀ ରମେଶଚନ୍ଦ୍ର ଦାସ, ଏଏନଡ଼ି ଯାଦବ, ଅମୃତ ଦାସ, ବିଜୟ କୁମାର ଖଟେଇ, ଶୁଭ୍ରକାନ୍ତ ସାମନ୍ତରାୟ, ସାଂସଦ ପ୍ରତିନିଧି ସୂଢଳ କୁମାର ସ୍ୱାଇଁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରକାଶଯେ, ଏହି ନୂତନ କୋଠା ଘର ଉଦଘାଟନ ହେବାକୁ ପୂର୍ବରୁ ତିନିତିନି ଥର କାର୍ଯ୍ୟସୂଚୀ ଜାରି କରାଯାଇଥଲେ ମଧ୍ୟ ଏହା ବାତିଲ ହୋଇଥିଲା ।

Leave A Reply

Your email address will not be published.

six + twelve =