ଜିଲ୍ଲାପାଳଙ୍କ ନିଜ ବ୍ଲକରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି

0 880


ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ ): ତିର୍ତ୍ତୋଲ ବ୍ଲକରେ ବିଡ଼ିଓ ପଦବୀ ଛାଡ଼ି ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି । ବିଡ଼ିଓ ରଞ୍ଜନ କୁମାର ପରିଡ଼ା ସମସ୍ତ ପଦବୀର କାର୍ଯ୍ୟ ଅନୁଧ୍ୟାନ କରି ବ୍ଲକ କାର୍ଯ୍ୟ ବହୁତ୍ ଧିମେଇ ଧିମେ ସମ୍ପାଦନ କରୁଛନ୍ତି । ବ୍ଲକରେ କାର୍ଯ୍ୟ କରୁଥିବା ଅତିରିକ୍ତ ବିଡ଼ିଓ ଭଞ୍ଜ କିଶ୍ଵର୍ ନାୟକ ପ୍ରାୟ ୬ମାସ ହେବ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁ ବଦଳି କରାଯାଇଥିଲା । ସେବେଠାରୁ ଏହି ପଦବୀ ଖାଲି ପଡ଼ିଛି ।ଏଥିପାଇଁ ବହୁତ୍ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରଭାବିତ ହେଉଛି । ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦବୀ ଜିପିଓ ପଦବୀ ଖାଲି ପଡିଥିବାରୁ କାମ ବାଧାପ୍ରପ୍ତ ହେବାରୁ ବହୁତ୍ ପଞ୍ଚାୟତ ବାଶି ଏହି କିଛି ଦିନ ହେଲା ବ୍ଲକରେ ଭିଡ଼ ଜମା ଉଥିବା ଦେଖିବାକୁ ମିଳୁଛି । ସେହିପରି ଏହି ବ୍ଲକ କୁ ଆସିଥିବା ଯୋଗାଣ ଅଧିକାରୀ ଡେପୁଟିସନ୍ ରେ ଏରସମା ଓ ତିର୍ତ୍ତୋଲ କେବେ କୁଆଡେ ଯାଉଛନ୍ତି କେତେବେଳେ ତାଙ୍କର ଏହି ବ୍ଲକ ରେ ଦର୍ଶନ ମିଳୁନି ! ବହୁତ୍ ଲୋକ ନୂଆ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସାଧାରଣ ରେ ଅଭିଯୋଗ ହେଉଛି । ଏହାଛଡା ମୁଖ୍ୟ କିରାଣୀ, ଏସ୍ତିମେନ୍ଟେ କିରାଣୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ଳିପ ସମ୍ପସରଣ ଅଧିକାରୀ, ଏକାଧିକ କନିଷ୍ଠ ଯନ୍ତ୍ରୀଙ୍କ ସହ କାର୍ଯ୍ୟକାରୀ ଯନ୍ତ୍ରୀ ଙ୍କ ପଦବୀ ଖାଲି ପଡ଼ିଛି । ଏହି ବିଷୟରେ ବିଡ଼ିଓ ଙ୍କୁ ପଚାରିବାରୁ ସେ କହିଛନ୍ତି ଏହିବିଷୟରେ ମୁଁ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରାଇଛି । ପ୍ରକାଶ ଥାଉକି ଜଗତସିଂହପୁର ଜିଲ୍ଲାପଳଙ୍କ ନିଜ ଘର ଏହି ତିର୍ତ୍ତୋଲ ବ୍ଲକରେ ଅବସ୍ଥିତ । ନିକଟରେ ଜିଲ୍ଲାପାଳ ନିଜେ ଏଠି କାର ୩ କନିଷ୍ଠ ଯନ୍ତ୍ରୀ ଙ୍କୁ ଚିଠି ୩୭୧୦-୦୬/୧୧/୧୯ ମାଧ୍ୟମରେ ଅନ୍ୟ ବ୍ଲକକୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ ତା ପରଠାରୁ ଏହି ପଦବୀ ଖାଲି ପଡ଼ିଛି । ପ୍ରଶ୍ନ ଉଠୁଛି ଜିଲ୍ଲାପାଳ ଙ୍କ ନିଜ ଘର ଏହି ବ୍ଲକରେ ହୋଇଥିବାବେଳେ ଯଦି ଏହି ବ୍ଲକରେ ଏମିତି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡେ ତାହାଲେ ଅନ୍ୟ ବ୍ଲକ କଥା କହିଲେ ନସରେ । ଏହି ବିଷୟରେ ସାଧାରଣ ଲୋକଙ୍କୁ ପଚାରିଲେ ପ୍ରଶ୍ନ ମିଳେ ବିଭିନ୍ନ ଉତ୍ତର । ଏହି ବାବଦରେ ଜଗତସିଂହପୁର ଜିଲ୍ଲାପାଳ ଙ୍କ ଠାରୁ ମତ ନେବାକୁ ଚାହିଁଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା । ଦେଖା ଯାଉ ଆଗାମୀ ଦିନରେ କେତେଦିନ ପରେ ଏହି ତାଙ୍କର ନିଜ ବ୍ଲକ ତିର୍ତ୍ତୋଲକୁ ଜିଲ୍ଲାପାଳ ନିଜେ ଦୃଷ୍ଟି ଗୋଚର କୁ ନେଉଛନ୍ତି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

three × four =