-ପ୍ରିୟତମ-

1 1,245

ଶୁଭଶ୍ରୀ ମହାରଣା


ଚିତ୍ରକର ତୁମେ ତୁମ ତୂଳିର ରଙ୍ଗରେ
ଆଙ୍କିଦେଲ ଯେବେ ମୋର ଅଧରରେ ହସ
ସେ ଅଧିର ଅଧରରେ ନାଲିରଙ୍ଗ ମାଖି
ଅହର୍ନିଶ ଖୋଜୁଥାଏ ତୁମ ତୂଳି ସ୍ପର୍ଶ।

ଗୀତିକାର ତୁମେ ତୁମ ଶବ୍ଦ ମାଧୁର୍ଯ୍ୟରେ
ଲେଖିଦେଲ ଉଷ୍ମତାରେ ଛାତି ତଳ କଥା
ସେ କଥାରେ ଶହ ଶହ କୃଷ୍ଣଚୂଡ଼ା ଫୁଟେ
ଲୁହ ମୋର ଲୁପ୍ତ ପ୍ରାୟ ହସ ସବୁ ମୁକ୍ତା।

ଯାଦୁକର ତୁମେ ତୁମ କାଉଁରୀ ମନ୍ତ୍ରରେ
ବାନ୍ଧିଦେଲ ଯେବେ ମୋର ପାଦରେ ଘୁଙ୍ଗୁର
ସେ ଘୁଙ୍ଗୁର ଗୁଞ୍ଜରଇ ପ୍ରିୟ ତୁମ ନାମ
ତୁମେ ହିଁ ତ ମୋ ପ୍ରଶ୍ନର ସାମ୍ଭାବ୍ୟ ଉତ୍ତର।

ପ୍ରିୟତମ ତୁମେ ତୁମ ପ୍ରୀତି ପରଶରେ
ଛାଟିଦେଲ ଯେବେ ମନେ ମହୁବର୍ଷା ଛିଟା
ସେ ମହୁର ଝୁମା ଝୁମା ମହୁଆ ନିଶାରେ
ରାତି ମୋର ଉଜାଗର ଦିନ ଲାଗେ ମିଠା।।

ଶିକ୍ଷୟତ୍ରୀ,ବିଡ଼ାନାସୀ,କଟକ

1 Comment
  1. Monalisa kar says

    Wow!!!!
    Super presentation 👌❣️

Reply To Monalisa kar
Cancel Reply

Your email address will not be published.

fourteen + two =