ଓଡ଼ିଶା ଯୁବ ସମ୍ମାନ ସମାରୋହ :୧୭ ଜଣ ପ୍ରତିଭା ସମ୍ବର୍ଦ୍ଧିତ

0 1,643

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆଜି ଆୟୋଜିତ ହୋଇଯାଇଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ ସମାରୋହ। ଏ ଅବସରରେ ୪୦ ବର୍ଷରୁ କମ୍‌ ଯୁବ ବର୍ଗର ୧୭ ଜଣ ପ୍ରସିଦ୍ଧ, ସଫଳ ଓ ଉଦ୍‌ଯୋଗୀ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯଇଛି। ସ୍ଥାନୀୟ ଜୟଦେବ ଭବନରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି ସମ୍ମାନ ସମାରୋହରେ ବରିଷ୍ଠ ରାଜନୀତିଜ୍ଞ ତଥା ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ଓ ବରିଷ୍ଠ କଥାଶିଳ୍ପୀ ତଥା ଶିଶୁସାହିତ୍ୟିକ ଦାଶ ବେନହୁର ଅତିଥି ଭାବେ ଯୋଗଦେଇଥିଲେ।

ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଓ ସମାଜ ପାଇଁ ନୂଆ ଉଦାହରଣ ତିଆରି କରିଥିବା ଓଡ଼ିଶାର ୧୭ ଜଣ ଯୁବ ପ୍ରତିଭାଙ୍କୁ ଏ ଅବସରରେ ସମ୍ମାନିତ କରାଯାଇଛି। ବିଜୁ ଜନତା ଦଳ ନେତା ତଥା ତଥା ରାଜ୍ୟ ସରକାରଙ୍କ ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ (ରାଜନୀତି), ସିନେ ନାୟିକା ଅର୍ଚ୍ଚିତା ସାହୁ (ସିନେମା), ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ (କ୍ରୀଡ଼ା), ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ (ନୃତ୍ୟ), ସମ୍ବାଦର ମୁଖ୍ୟ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ (ସାମ୍ବାଦିକତା), ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ (ସଂଗୀତ), ଇଣ୍ଟରନାସନାଲ ପବ୍ଲିକ୍‌ ସ୍କୁଲ ଫର୍‌ ରୁରାଲ ଇନୋଭେସନ୍‌ର ପ୍ରତିଷ୍ଠାତା ଅନୀଲ ପ୍ରଧାନ (ଶିକ୍ଷା), ସମାଜସେବୀ କଳ୍ପାଶା ଅଙ୍କିତା ଶ’(ସମାଜସେବା), ସ୍ଥାପତ୍ୟ କାରିଗର କାନ୍ତକିଶୋର ମହାରଣା (କଳା), କଥାକାର ରବିନାରାୟଣ ଦାଶ(ସାହିତ୍ୟ), ସାମାଜିକ ଗଣମାଧ୍ୟମ କର୍ମୀ ରୁଦ୍ରପ୍ରସନ୍ନ ରଥ (ଗୋଷ୍ଠୀ ସଚେତନତା), ବାଜିରାଓ ଆଇଏଏସ୍‌ ଏକାଡେମୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ଶେଖର ଓଝା (ନେତୃତ୍ବ), ସିନେମା ଗୀତିକାର ସୁବ୍ରତ ସ୍ବାଇଁ (ମନୋରଞ୍ଜନ), ପୋଷଣ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ମୃତି ମହାପାତ୍ର (ପୋଷଣ ଓ ସ୍ବାସ୍ଥ୍ୟ), ଯୁବ ଔପନ୍ୟାସିକ ଅଭିଷେକ ପାଣି (ଉଦୀୟମାନ ଲେଖକ), ଯୁବ ଉଦ୍ୟୋଗୀ ଅନୁକୁଳ ଅଗ୍ରଓ୍ବାଲ (ଉଦ୍ୟୋଗ) ଓ ମିସ୍‌ ଟିନ୍‌ ଡିଭା ଇଣ୍ଟରନାସନାଲ ମୁକୁଟ ବିଜୟିନୀ ଲାବଣ୍ୟା ଦାସ (ମଡେଲିଂ) ପ୍ରମୁଖ ଚଳିତ ବର୍ଷର ଓଡ଼ିଶା ଯୁବ ସମ୍ମାନ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.

three + 1 =