ଭୁବନେଶ୍ବର, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧକରଣ (ଓସେପା) ପକ୍ଷରୁ ୨୦୨୪-୨୫ ଆର୍ଥକ ବର୍ଷ ନିମନ୍ତେ ପାଠାଗାର ପୁସ୍ତକ କ୍ରୟ ପ୍ରକ୍ରିୟା ବାଟବଣା ହେଉଥିବା ଅଭିଯୋଗ ହୋଇଛି
ସୂଚନାଯୋଗ୍ୟ ଯେ ୨୦୨୪-୨୦୨୫ ଆର୍ଥିକ ବର୍ଷ ନିମନ୍ତେ ପାଠାଗାର ପୁସ୍ତକ କ୍ରୟ ଲାଗି ଗତ ୨୦୨୪ ନଭେମ୍ବର ୧୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏହି ବିଜ୍ଞପ୍ତି ଅନୁଯାୟୀ ୨୦୨୪ ମସିହା ଡିସେମ୍ବର ମାସ ୧୩ ତାରିଖ ଆବେଦନର ଶେଷ ସମୟ ରଖାଯାଇଥଲା ୨୦୨୪ ଡିସେମ୍ବର ୨୧ ତାରିଖରେ ପ୍ରକାଶକମାନଙ୍କ ଆବେଦନପତ୍ର ଯାଞ୍ଚ କରାଯାଇଥିଲା ଯାଞ୍ଚ ବେଳେ ଜଣାପଡିଥିଲା ଯେ ମୋଟ ଆବେଦନକାରୀଙ୍କ ସଂଖ୍ୟା ଥିଲା ୨୨୫। ତେବେ ସେମାନଙ୍କ ମଧ୍ୟରୁ ଶତାଧିକ ପ୍ରକାଶକ ଦାଖଲ କରିଥିବା ଆୟକର ରିଟର୍ଣ୍ଣ ପ୍ରମାଣପତ୍ରରେ କେତେକ ଦସ୍ତାବିଜ ଦେଇନଥିଲେ।ଏହାଛଡା କିଛି ପ୍ରକାଶକ ଅନ୍ୟାନ୍ୟ କିଛି ଆବଶ୍ୟକ ନଥିପତ୍ର ମଧ୍ୟ ଦାଖଲ କରିଥିଲେ।ଏହି ଅନୁଯାୟୀ ୧୧୦ ଜଣ ପ୍ରକାଶକ ଅଯୋଗ୍ୟ ଘୋଷିତ ହେବା କଥା। ସମସ୍ତ କାଗଜପତ୍ର ଦାଖଲ କରିଥିବା ୧୧୫ ଜଣ ପ୍ରକାଶକମାନଙ୍କର ନଥିପତ୍ରର ବ୍ୟଧତା ମଧ୍ୟ ଯାଞ୍ଚହେବାର ଥିଲା।ମାତ୍ର ଅଯୋଗ୍ୟ ପ୍ରକାଶକ ତାଲିକାରେ ମାତ୍ର ୨୯ଜଣ ପ୍ରକାଶକଙ୍କ ନାମ ଓସେପାତରଫରୁ ପ୍ରକାଶିତ ହୋଇଥିଲା।ଏହି ତାଲିକାରେ ସମସ୍ତ କାଗଜପତ୍ର ଦେଇଥିବା୧୧୫ ଜଣଙ୍କ ମଧ୍ୟରୁ ନଥିପତ୍ରର ବୈଧତା ଯାଞ୍ଚରେ ୬ ଜଣ ପ୍ରକାଶକ ଅଯୋଗ୍ୟ ଘୋଷିତ ହୋଇଥିଲେ। ଅର୍ଥାତ୍ E. O. I.ପ୍ରସ୍ତାବ ଖୋଲାଯିବା ସମୟରେ ଅଯୋଗ୍ୟ ଘୋଷିତ ହେବାକୁଥିବା ୧୧୦ ଜଣ ପ୍ରକାଶକ ମାନଙ୍କ ମଧ୍ୟରୁ ୮୭ଜଣ ପ୍ରକାଶକ ମାନଙ୍କୁ ପରବର୍ତ୍ତୀ ସମୟରେ ନିଅଣ୍ଟ କାଗଜପତ୍ର ମଗାଯାଇ ଯୋଗ୍ୟ କରାଯାଇଥିବା ପ୍ରମାଣିତ ହେଉଛି। ଏଣୁ E. O. I. ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଘନ କରାଯାଇଥିବା ପ୍ରମାଣିତ ହେଉଛି।କାରଣ ଅଯୋଗ୍ୟ ତାଲିକା ଥିବା ପ୍ରକାଶକମାନଙ୍କ ମଧ୍ୟରୁ ୪ଜଣ ପ୍ରକାଶକଙ୍କ ଅଯୋଗ୍ୟର କାରଣରେ ସେମାନେ ରିମାଇଣ୍ଡର ସତ୍ତ୍ୱେ ଆୟକର କାଗଜପତ୍ର ଦାଖଲ କରି ନ ଥିବା ଉଲ୍ଲେଖ ରହିଛି।ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ବହି ଦାଖଲ ଅନ୍ୟୁନ ୩ ବର୍ଷ କରିଥିବାର ପ୍ରମାଣପତ୍ର ମାଗି ବହୁ ନୂତନ ପ୍ରକାଶକଙ୍କୁ ପ୍ରତିଯୋଗୀତାରୁ ବାଦ କରାଯାଇଥିଲା। ଏଥିପାଇଁ ମଧ୍ୟ ବ୍ୟାପକ ହଇଚଇ ସୃଷ୍ଟି ହୋଇଥିଲା ଓ ପରବର୍ତ୍ତୀ କାଳରେ ଅଯୋଗ୍ୟ ପ୍ରକାଶକଙ୍କ ତାଲିକାରେ ସ୍ଥାନ ପାଇଥିବା କିଛି ପ୍ରକାଶକଙ୍କୁ ପଛଦ୍ବାର ବାଟେ ପୁନର୍ବାର ଯୋଗ୍ୟ କରାଯାଇଥିଲା। ଇତିମଧ୍ୟରେ ଓ ସେପା ତରଫରୁ ଦିଆଯାଇଥିବା କ୍ରୟା ଦେଶରେ ବ୍ୟାପକ ଅନିୟମିତତା ପରିଲିଖିତ ହେଉଛି। ପୂର୍ବ ୩ ବର୍ଷ ଧରି ୩୦ ଲକ୍ଷରୁ ୭୦ ଲକ୍ଷ ପର୍ଯନ୍ତ କ୍ରୟାଦେଶ ପାଇଥିବା ପ୍ରକାଶକ ମାନେ ପୂର୍ବପରି ଚଳିତବର୍ଷ ସେହିପରି ଆର୍ଥିକ ଲାଭ କରିଥିବାବେଳେ ବହୁ ପ୍ରକାଶକ ୧/୨ ଲକ୍ଷର କ୍ରୟାଦେଶ ପାଇଛନ୍ତି। ବହୁ ପିଲାଙ୍କ ପଠନପାଇଁ ଉଚ୍ଚକୋଟୀର ଏହି ପୁସ୍ତକ ଚୟନ ପ୍ରକ୍ରିୟାରୁ ବାଦ ପଡିଥିବାବେଳେ ତାହାଠାରୁ ନିମ୍ନମାନର ପୁସ୍ତକ ଚୟନ ହେବା ଜଣାପଡିଛି।ଏହାଛଡା ଚଳିତବର୍ଷ E. O.I.ପ୍ରସ୍ତାବର ଚୟନପ୍ରକ୍ରୀୟାରେକେବଳ ୨୦୨୪ -୨୫ ଆର୍ଥିକ ବର୍ଷରେ ରାଜ୍ୟ ପାଠାଗାରରେ ଦାଖଲ କରାଯାଇଥିବା ପୁସ୍ତକକୁ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଥିଲେ ମଧ୍ୟଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଏଣୁ ଏହାର ଉପଯୁକ୍ତ ତଦନ୍ତ କରାଯିବାକୁ ବହୁ ପ୍ରକାଶକ ଦାବୀ କରିଛନ୍ତି।