କ୍ରିକେଟ୍‌କୁ ୱାର୍ଣ୍ଣରଙ୍କ ବାଏ ବାଏ

0 234

ଭୁବନେଶ୍ୱର : ଅନ୍ତର୍ଜାତୀୟ କ୍ରିକେଟରୁ ୱାର୍ଣ୍ଣରଙ୍କ ବିଦାୟ । ଆଜି ଅନ୍ତର୍ଜାତୀୟ କ୍ରିକେଟକୁ ସବୁଦିନ ପାଇଁ ବାଏ ବାଏ କହିଛନ୍ତି ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟସ୍‌ମ୍ୟାନ ଡାଭିଡ ୱାର୍ଣ୍ଣର । ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ସୁପର ୮ରୁ ବିଦାୟ ନେଇଛି ।

ବିଶ୍ୱକପରୁ ଦୁଃଖଦ ବିଦାୟ ପରେ ଡାଭିଡ ୱାର୍ଣ୍ଣର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ୱାର୍ଣ୍ଣର ଅଷ୍ଟ୍ରେଲିଆ ପାଇଁ ଶେଷ ଦିନିକିଆ ଭାରତ ବିପକ୍ଷ ୨୦୨୩ ବିଶ୍ୱକପ ଫାଇନାଲରେ ଖେଳିଥିଲେ । ଏବେ ଭାରତ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ ପରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ।

ୱାର୍ଣ୍ଣର ଅଷ୍ଟ୍ରେଲିଆ ପାଇଁ ୧୧୦ ଟି-୨୦ ମ୍ୟାଚ୍‌ରେ ୩୨୭୭ ରନ କରିଛନ୍ତି । ଏହା ମଧ୍ୟରେ ଗୋଟିଏ ଶତକ ଓ ୨୮ଟି ଅର୍ଦ୍ଧଶତକ ରହିଛି । ଦିନିକିଆ ବିଶ୍ୱକପ ସହ ୨୦୨୧ରେ ଟି-୨୦ ବିଶ୍ୱକପ ଓ ୨୦୨୩ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଟ୍ରଫି ଜିତିଥିବା କଙ୍ଗାରୁ ଦଳରେ ୱାର୍ଣ୍ଣର ରହିଥିଲେ । ୩୭ ବର୍ଷୀୟ ୱାର୍ଣ୍ଣର ଅନ୍ତର୍ଜାତୀୟ କ୍ରିକେଟରେ ୪୯ଟି ଶତକ ସହାୟତାରେ ପ୍ରାୟ ୧୯ ହଜାର ରନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ୱାର୍ଣ୍ଣର ବିଭିନ୍ନ ପ୍ରାଞ୍ଚାଇଜ ପକ୍ଷରୁ ଟି-୨୦ କ୍ରିକେଟ ଖେଳିବା ଜାରି ରଖିବା ସହ ଆସନ୍ତାବର୍ଷ ଆଇପିଏଲରେ ସେ ନଜର ଆସିବେ ।

Leave A Reply

Your email address will not be published.

13 − nine =