ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ

0 70

 ଇଡି ଅଫିସ୍ ଆଗରେ ଟେଂଟ୍ ପକାଇ, ଫଟୋ ଉଠାଇବା କଂଗ୍ରେସର ‘ପଲିଟିକାଲ ଷ୍ଟଂଟ’ ;
 କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ, ବରଂ ନେତାମାନେ କରିଥିବା କଳାକାରନାମା ଉପରେ ପରଦା ପକାଇବା
ପାଇଁ

ଭୁବନେଶ୍ୱର,: ପ୍ରତ୍ୟେକ ପଲଟିକାଲ ପାର୍ଟିର ପଲିଟିକାଲ ଫିଲୋସଫି ଓ ଲୋକଙ୍କ ପାଇଁ କମିଟ୍‌ମେଂଟ୍ ଥାଏ, ଯାହା କଂଗ୍ରେସ ପାଖରେ ନାହିଁ । କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ନେତମାନେ କରିଥିବା କଳାକାରନାମା ଉପରେ ପରଦା ପକାଇବା ପାଇଁ । ଅଭିଯୁକ୍ତ କିମ୍ବା ଅଭିଯୁକ୍ତଙ୍କ ପକ୍ଷଧର ତଦନ୍ତକାରୀ ସଂସ୍ଥା ଉପରେ ଚାପ ପ୍ରୟୋଗ କଲେ ଆଇନ୍‌ର ଶାସନ ଚାଲିବ ନାହିଁ, ବରଂ ଦେଶରେ ଅଶାନ୍ତି ଓ ବିଶୃଂଖଳା ସୃଷ୍ଟି କରିବ ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଇଡି ଅଫିସ୍ ଆଗରେ ଟେଂଟ୍ ପକାଇ ଫଟୋ ଉଠାଇ କଂଗ୍ରେସର ନେତାମାନେ ପଲିଟିକାଲ ଷ୍ଟଂଟ କରୁଛନ୍ତି । ସାରା ଭାରତବର୍ଷର ନିର୍ବାଚନ ସ୍ଥିିତିିକୁ ଯଦି ସମୀକ୍ଷା କରାଯିବ, ତାହାଲେ ବହୁତ ଆଂଚଳିକ ଦଳ କଂଗ୍ରେସଠାରୁ ଆଗରେ । ରାଜ୍ୟରେ କଂଗ୍ରେସ ଦଳ ତା’ର ପରିଚୟ ରଖିବା ପାଇଁ ସଂଘର୍ଷ କରୁଛି । ବହୁତ କଂଗ୍ରେସ ନେତାଙ୍କର ଧୋବଧବଳିଆ ଚେହେରା ତଳେ ଦୁର୍ନୀତି ଓ କଳାକାରନାମାର ଦାଗ ରହିଛି । ସେଥିପାଇଁ ଏମାନେ ଯେଉଁ ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି, ତାହା ରାଜନୈତିକ କାର୍ଯ୍ୟକ୍ରମ ନୁହେଁ ବରଂ ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × three =