ବୁଡିଯାଇଥିବା ଜାହାଜର ୧୧ ଜଣ କର୍ମଚାରୀଙ୍କୁ ଉଦ୍ଧାର କଲା ଭାରତୀୟ ତଟ ରକ୍ଷୀ ବାହିନୀ

0 125

ପାରାଦୀପ(ଦୀପ୍ତିରଂଜନ ଦାଶ) : ମୁମ୍ବାଇର ପଞ୍ଜୀକୃତ ପଣ୍ୟ ପରିବହନ ଜାହାଜ ଏମଭି ଆଇଟିଟି ପୁମା ନାମକ ଜାହାଜ କଲିକତା ବନ୍ଦରରୁ ପୋର୍ଟ ବ୍ଲେୟାର ବନ୍ଦର ଅଭିମୁଖେ ଯାଉଥିବାବେଳେ ସାଗର ଦ୍ୱୀପର ଦକ୍ଷିଣରେ ୯0  ନଟିକାଲ ମାଇଲ ଦୂରରେ ବୁଡ଼ି ଯାଇଥିବା ଜଣାଯାଇଛି।
ତେବେ ଖବର ପାଇ ଭାରତୀୟ ତଟ୍ଟ ରକ୍ଷୀ ବାହିନୀ (ଆଇସିଜି) ଡର୍ନିଅର୍ ବିମାନ ସହିତ ସାରଙ୍ଗ ଏବଂ ଅମୋଘ ଜାହାଜ ଦ୍ୱାରା ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅପରେସନ୍ କରାଯାଇଥିଲା।

ଖବର ଅନୁଯାୟୀ, ଗତ ଅଗଷ୍ଟ ୨୫ ତାରିଖ ରେ ଚେନ୍ନାଇ ର ସାମୁଦ୍ରିକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ସମନ୍ୱୟ କେନ୍ଦ୍ର (ଏମଆରସିସି) କୁ ଏମଭି ଆଇଟିଟି ପୁମା ଜାହାଜରୁ ଏକ ଇମେଲ  ଜରିଆରେ ଜରୁରୀ ସାହାଯ୍ୟ ପାଇଁ ଖବର ଆସିଥିଲା l ତେବେ ଖବର ପାଇ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) କଲିକତା ଆଞ୍ଚଳିକ ମୁଖ୍ୟାଳୟ ତୁରନ୍ତ ଦୁଇଟି ଆଇସିଜି ଜାହାଜ ଏବଂ ଗୋଟିଏ ଡର୍ନିୟର୍ ବିମାନକୁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପଠାଇଥିଲା l ଅତ୍ୟାଧୁନିକ ଉନ୍ନତ ରାତ୍ରି ଦୃଶ୍ୟ ସକ୍ଷମ ସେନ୍ସର ସହିତ ସଜ୍ଜିତ ଡର୍ନିଅର୍ ବିମାନ ପହଞ୍ଚି ନିଖୋଜ କର୍ମଚାରୀଙ୍କ ସନ୍ଧାନ ଆରମ୍ଭ କରିଥିଲା l ତେବେ କିଛି ଘଣ୍ଟା ପରିଶ୍ରମ ପରେ ଆଇସିଜି ସମ୍ପୃକ୍ତ ବୁଡ଼ିଥିବା ଜାହାଜ ର ୧୧ ଜଣ ନାବିକ ଙ୍କ ସନ୍ଧାନ ପାଇ ସେମାନଙ୍କୁ ଉଦ୍ଧାର କରାଯାଇଥିଲା l ଏହା ଏକ ଅପ୍ରତ୍ୟାଶିତ ଏବଂ ବିସ୍ତୃତ ସମୁଦ୍ର ଓ ଆକାଶ ମାର୍ଗ  ସଂଯୋଜିତ ରାତ୍ରି ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅପରେସନ ଥିଲା l  ଯାହାଫଳରେ ଅଗଷ୍ଟ ୨୫ ର ବିଳମ୍ବିତ ରାତିରେ ଏବଂ ଅଗଷ୍ଟ ୨୬ ର ପ୍ରଭାତରେ ଏହି ୧୧ ଜଣ କ୍ଷତିଗ୍ରସ୍ତ ଜାହାଜର ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିଲା l

ଉଦ୍ଧାର ହୋଇଥିବା ଏହି  କର୍ମଚାରୀଙ୍କୁ ଅଗଷ୍ଟ  ୨୭ ତାରିଖରେ ଆଇସିଜିଏସ୍ ସାରଙ୍ଗ ଏବଂ ଆଇସିଜିଏସ୍ ଆମୋଘ ଜାହାଜରେ ସୁରକ୍ଷିତ ଭାବେ ପାରାଦୀପ ବନ୍ଦର କୁ ଅଣାଯାଇଥିଲା l ଡାକ୍ତରୀ ପରୀକ୍ଷା ପରେ ଉଦ୍ଧାର ହୋଇଥିବା କର୍ମଚାରୀଙ୍କୁ ଆଇଟିଟି ଲାଇନ୍ସ ପ୍ରା:ଲିଃ ର ପ୍ରତନିଧି ଙ୍କୁ ହସ୍ତାନ୍ତର କରାଯାଇଥିଲା l

ଉତ୍ତମ ସ୍ୱାସ୍ଥ୍ୟ ଏବଂ ସ୍ଥିର ମାନସିକ ଅବସ୍ଥାରେ ଏହି କର୍ମଚାରୀ ମାନଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅବଶିଷ୍ଟ ତିନିଜଣ କ୍ରୁ ସଦସ୍ୟଙ୍କ ସନ୍ଧାନ ଲାଗି ଆଇସିଜି ଜାହାଜ ଦ୍ୱାରା ଅନୁସନ୍ଧାନ ଜାରି ରହିଥିବା ନେଇ ଆଇସିଜି ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଭାରତୀୟ ତଟ୍ଟରକ୍ଷୀ ବାହିନୀ ର ଏପରି ଦୁଃସାହାସିକ ଉଦ୍ଧାର କାର୍ଯ୍ୟକୁ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି l

Leave A Reply

Your email address will not be published.

nine − 1 =