ମୁଖ୍ୟମନ୍ତ୍ରୀଙ୍କ କରକମଳରେ ‘ପ୍ରାକୃତିକ ଭାଷା ବିଶ୍ଲେଷଣ’ ପୁସ୍ତକ ଲୋକାର୍ପିତ

0 52

ଭୁବନେଶ୍ୱର : ପ୍ରଫେସର ଅନନ୍ତ କିଶୋର ଜେନାଙ୍କ ଦ୍ୱାରା ଲିଖିତ ‘ପ୍ରାକୃତିକ ଭାଷା ବିଶ୍ଲେଷଣ’ ପୁସ୍ତକ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ପ୍ରଫେସର ଜେନାଙ୍କର ଉକ୍ତ ପୁସ୍ତକଟି ଓଡ଼ିଆ ଭାଷାତତ୍ତ୍ୱ ଅଧ୍ୟୟନ କରୁଥିବା ଓଡ଼ିଆ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ଉଦ୍ଦିଷ୍ଟ । ‘ପ୍ରାକୃତିକ ଭାଷା ବିଶ୍ଲେଷଣ’ ଓଡ଼ିଆ ବିଶ୍ୱବିଦ୍ୟାଳୟର ‘ନ୍ୟାଚୁରାଲ୍‌ ଲାଙ୍ଗୁଏଜ୍‌ ପ୍ରୋସେସିଂ’ ବିଭାଗର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଫେସର ଜେନା ଓଡ଼ିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀରେ ‘ଏନଏଲ୍‌ପି’ ବିଭାଗର ମୁଖ୍ୟ ତଥା ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ ଥିବା ସମୟରେ ଘଖଚ ପାଠ୍ୟପୁସ୍ତକର ଅଭାବକୁ ଦୂର କରିବାପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ; ତାହାର ଫଳଶ୍ରୁତି ଏଇ ‘ପ୍ରାକୃତିକ ଭାଷା ବିଶ୍ଲେଷଣ’ ପୁସ୍ତକ ।
‘ନ୍ୟାଚୁରାଲ୍‌ ଲାଙ୍ଗୁଏଜ୍‌ ପ୍ରୋସେସିଂ’ବିଷୟ ପଢ଼ିବାପାଇଁ ଓଡ଼ିଆ ଭାଷାରେ ଲିଖିତ କୌଣସି ପୁସ୍ତକ ନଥିଲା । ପ୍ରଫେସର ଜେନାଙ୍କଦ୍ୱାରା ଲିଖିତ ଉକ୍ତ ପୁସ୍ତକଟି ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଏହି ଲୋକାର୍ପଣ ଉତ୍ସବରେ ପୁସ୍ତକର ପ୍ରକାଶକ ‘ଶାନ୍ତିସେନା ପ୍ରକାଶନୀ’ର ସତ୍ତ୍ୱାଧିକାରୀ ଶ୍ରୀଯୁକ୍ତ ରଜତରଶ୍ମି ସ୍ୱାଇଁ, ଲେଖକ ପ୍ରଫେସର ଅନନ୍ତ କିଶୋର ଜେନା, ଡକ୍ଟର ସୁବ୍ରତ କୁମାର ପୃଷ୍ଟି ଓ ପୂର୍ବତନ ପ୍ରଫେସର୍‌ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 + ten =