୮ ନମ୍ବର ୱାର୍ଡରେ ବିଜେଡି କର୍ମୀ ସମ୍ମଳନୀ

0 267


ଭୁବନେଶ୍ୱର,୨୪ା୪ ଭୁବନେଶ୍ୱର ମହାନଗର ନିଗମ ୮ ନମ୍ବର ୱାର୍ଡ ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟର ସ୍ଥିତ ଏକ ଘରୋଇ ମଣ୍ଡପରେ ବିଜୁ ଜନତା ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କର୍ମୀ ସମ୍ମଲନୀରେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର, ଜିଲ୍ଲା ସଭାପତି ସୁର୍ଯ୍ୟକାନ୍ତି ଜେନା, ୮ ନମ୍ବର ୱାର୍ଡ କର୍ପୋରେଟର ଲାଲ ମୋହନ ଟୁଡୁ ପ୍ରମୁଖ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଜନହିତକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଦୁଇଟି ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ୱାର୍ଡ ସଭାପତି ଲକ୍ଷ୍ମୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

9 − 1 =