ସହଯୋଗ ଲେଖକ କଲ୍ୟାଣ ନ୍ୟାସର ବାର୍ଷିକ ଉତ୍ସବ

0 441

ଭୁବନେଶ୍ୱର : ସହଯୋଗ ଲେଖକକଲ୍ୟାଣ ନ୍ୟାସର ନବମ ବାର୍ଷିକ ଉତ୍ସବ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ହେଇଯାଇଛି । ସଭାପତି ଅନୀଲ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍ ଭାବେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ମୁଖ୍ୟବକ୍ତା ଡ. ରଜନୀ ରଞ୍ଜନ, ସମ୍ମାନିତ ଅତିଥି ପ୍ରଫେସର ଅନନ୍ତ କିଶୋର ଜେନା, ଡ. ପ୍ରଦ୍ୟୁମ୍ନ କେଶରୀ ସେନାପତି ଏବଂ ସମ୍ପାଦକ ଡ. ଗୋପାଳକୃଷ୍ଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଅମୀୟ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବର୍ଷୀୟାନ ସାହିତ୍ୟିକ ତଥା ସମ୍ପାଦକ କୁବେର ପୁରୋହିତଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ମୋଟ ୩୫ଜଣ କବିଙ୍କୁ
ସହଯୋଗ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। କବି ପ୍ରଭାତୀ ଜେନା, ଲେଖକ ରଜତରଶ୍ମି ସ୍ବାଇଁ ଏବଂ ସ୍ତମ୍ଭକାର ରବିନ ଖଣ୍ଡାୟତରାୟ ସଂଯୋଜନା କରିଥିଲେ। ଡ. ଗୋପାଳକୃଷ୍ଣ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ମମତାମୟୀ ଚୌଧୁରୀ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.

three − one =