ଗାନ୍ଧୀ ପାର୍କରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

0 362


ଭୁବନେଶ୍ୱର,୨୩ା୪: ଭୁବନେଶ୍ୱର ମହାନଗର ନିଗମ ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ଗାନ୍ଧୀ ପାର୍କରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ବରିଷ୍ଠ ବିଜେଡି ନେତା ସୁବାସ ଚନ୍ଦ୍ର ପାତ୍ର, ସମରେନ୍ଦ୍ର ସାହୁ, କର୍ପୋରେଟର ଜୟନ୍ତୀ ସାହୁ ଓ ଯୁବନେତା ପ୍ରସନ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇ ଲୋକ ମାନଙ୍କୁ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଦୁଇଟି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ କର୍ପୋରରେଟର, ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ, ବରିଷ୍ଠ ମୁରବି, ମହିଳା, ଯୁବ, ଛାତ୍ରମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twenty − seventeen =