ଓଡ଼ିଶା ରାଜ୍ୟ ସବ-ଜୁନିଅର ମହିଳା ହକି ଚମ୍ପିୟାନସିପ୍ ତୃତୀୟ ସଂସ୍କରଣରେ ଜଗତସିଂହପୁର ଜିଲ୍ଲା ୨ – ୧ ଗୋଲ୍‌ରେ ବିଜୟୀ

0 53

ପାରାଦୀପ ( ଦୀପ୍ତି ରଂଜନ ଦାସ): ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ପରିସରରେ ଆୟୋଜିତ ଓଡିଶା ରାଜ୍ୟ ସବ-ଜୁନିଅର ମହିଳା ହକି ଚମ୍ପିୟାନସିପ୍ ତୃତୀୟ ସଂସ୍କରଣ ରେ ଜଗତସିଂହପୁର ମହିଳା ହକି ଦଳ ତାର ପ୍ରଥମ ମ୍ୟାଚକୁ ୨-୧ ଗୋଲ୍ ବ୍ୟବଧାନରେ ବଲାଙ୍ଗୀର ଜିଲ୍ଲାର ସବ ଜୁନିୟର ମହିଳା ହକି ଦଳକୁ ପରାସ୍ତ କରି ବିଜୟୀ ହୋଇଛି। ପ୍ରଥମାର୍ଦ୍ଧରେ ଉଭୟ ଦଳ ୧-୧ ଗୋଲ୍ ସ୍କୋର କରିଥିବା ବେଳେ ଜଗତସିଂହପୁର ଦଳର ଫରୱାଡ ଖେଳାଳୀ ତ୍ରୀଷ୍ଣା ତନୟା ବାରିକ୍ ଏକ ଚିତ୍ତାକର୍ଷକ ଗୋଲ୍ ସ୍କୋର କରି ଦଳକୁ ବିଜୟୀ କରିଥିଲେ। ଏହି ମ୍ୟାଚରେ ଦଳ ପାଇଁ କିର୍ତ୍ତିମୟୀ କଣ୍ଡାକେଲ୍ ପ୍ରଥମ ଗୋଲ ସ୍କୋର କରିଥିଲେ।
ଏହି ଜଗତସିଂହପୁର ସବଜୁନିୟର ମହିଳା ଦଳରେ
କିର୍ତ୍ତିମୟୀ କଣ୍ଡାକେଲ୍ (ଅଧିନାୟକ), ତ୍ରୀଷ୍ଣା ତନୟା ବାରିକ , ଅନୁଷ୍କା ଆଞ୍ଜୋଲିନା, ଟ୍ୱିଙ୍କିଲ ମହାପାତ୍ର, ପ୍ରଜ୍ଞା ପ୍ରିୟଦର୍ଶନି ଦାସ, ସମିକ୍ଷା ଦାସ, ରାଜଶ୍ରୀ ବେହେରା, ଶୁଭ ଲକ୍ଷ୍ମୀ ମହାପାତ୍ର, ଅ ଅର୍ଚ୍ଚିତା ସେଠୀ, ବର୍ଷା ପ୍ରୀୟଦର୍ଶନୀ ରାଉତ, ସଂଙ୍ଗିତା ମଣ୍ଡଳ, କଳ୍ପନା ବାରିକ, ସାଇ ସ୍ମିତା ବେହେରା, ଅଙ୍କିତା ମଲ୍ଲିକ, ସୌଭାଗିନୀ ମଣ୍ଡଳ, ରୋଜାଲିନ୍ ଦାସ ଭାଗନେଇ ଛନ୍ତି । ଜଗତ୍‌ସିଂହପୁରର ଏହି ହକି ଦଳର ସମସ୍ତ ଖେଳାଳୀ ଡିଏଭି, ପିପିଏଲ୍ ପାରାଦ୍ବୀପର ଗ୍ରାସ୍ ରୁଟ୍ ହକି ସେଣ୍ଟରର ଖେଳାଳୀ ଅଟନ୍ତି । ଏହି ସମସ୍ତ ଖେଳାଳୀ ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ପରିସରରେ ଆୟୋଜିତ ଓଡିଶା ରାଜ୍ୟ ହକି ପ୍ରତିଯୋଗିତା ର ତୃତୀୟ ସଂସ୍କରଣରେ ଅଶଂଗ୍ରହଣ କରିଥିଲେl ଏହି ଦଳରେ କୋଚ ଭାବରେ ମମତା କିଣ୍ଡୋ ଓ ଜିଲ୍ଲା ହକି ଦଳର ମୁଖ୍ୟ ପରିଚାଳକ ଭାବରେ ଶ୍ରୀ ଶାଶ୍ୱତ କୁମାର ଭାରତୀ ଅଂଶଗ୍ରହଣ କରିଥିଲେ। ଏହି ବିଜୟ ପରେ ଜଗତ୍‌ସିଂହପୁର ଜିଲ୍ଲାର ଜିଲ୍ଲାପାଳ ତଥା ହକି ଆସୋସିଏସନ୍ ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ ତଥା ହକି ଆସୋସିଏସନ୍ ସେକ୍ରେଟାରୀ ଶ୍ରୀଯୁକ୍ତ ସମ୍ବିତ କୁମାର ରାଉତ, କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵବିଜୟନି ପଟ୍ଟନାୟକ, ପିପିଏଲ ପାରାଦ୍ବୀପର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ସୁମିତ୍ ସେନାପତି, ଡିଏଭି ପିପିଏଲ୍ ର ଅଧ୍ୟକ୍ଷ ଶ୍ରୀ ସଂଜିବ କୁମାର ସାହୁ ଓ ଅଧିକାରୀ ଶ୍ରୀ ସଂଞ୍ଜୟ କେତନ ସେଠୀ ଓ ଅନ୍ୟମାନେ ଖେଳାଳୀମାନଙ୍କୁ ଶୁଭେଛା ପ୍ରଦାନ କରିଥିଲେ।

Leave A Reply

Your email address will not be published.

12 + 4 =