ମୁଁ ନାରୀ

0 738

ସୁଜାତା ଗିରି

ମୁଁ ନାରୀ….
ଅଦ୍ଭୁତ, ରହସ୍ୟମୟୀ
ମୋ ଦେହରେ ସମାହିତ
ପ୍ରକୃତିର ପ୍ରତିଟି ରଙ୍ଗ
ପ୍ରିୟାର ଉତ୍ସୁଙ୍ଖଳ ଲାସ୍ୟମୟୀ ମୁଁ …
ତୁମର ଲୋମ ଲୋମରେ
ବିସ୍ତାରିତ ମୁଁ !

ଉଚ୍ଚ ପର୍ବତର ଶିଖରର
ପ୍ରଚଣ୍ଡ ରୌଦ୍ର ହୋଇ
ବିଛୁରିତ ମୁଁ !
ସମ୍ପୂର୍ଣ୍ଣ ସୃଷ୍ଟିର କାହାଣୀ ମୁଁ…
ଅଦ୍ଭୁତ, ଉତ୍କୃଷ୍ଟ, ନିଶ୍ଚଳ ମୁଁ…
ପବିତ୍ର, ନିଷ୍କପଟ
ତୁମର ଆତ୍ମବଳ ମୁଁ…
ଚାନ୍ଦର ଚାନ୍ଦିନୀ
ରୂପଗର୍ଵିତା ମାନିନୀ ମୁଁ…
ଖୋଲା ଆକାଶର
ଝଲ ମଲ ରୋଷଣୀ ମୁଁ…

ମୁଁ ମୁଗ୍ଧା, ମୁଁ ସ୍ନିଗ୍ଧା
ମୁଁ ପୂଜା, ମୁଁ ଶ୍ରଦ୍ଧା !
ମୁଁ ମମତା, ମୁଁ ଅସ୍ମିତା !
ମୁଁ ସମ୍ପୂର୍ଣ୍ଣ ବିଶ୍ୱର ପ୍ରଭୁତା
ମୁଁ ସତ୍ତା, ମୁଁ ବାସ୍ତବତା !
ମୁଁ ଧର୍ଯ୍ୟଶୀଳା
ସହିପାରେ ମୁଁ ଅସହ୍ୟ ଯନ୍ତ୍ରଣା
ନୟନ ମୋ ସଜଳ
ପଲକରେ ସଜାଏ ବା ତ୍ସଲ୍ୟ
ସୃଷ୍ଟିର ସୃଜନ ମୁଁ !

ମୋ ଦେହେ ମାଦକ
ମୁଁ ସଦା ଭାବୁକ !
ମୁଁ ସାର୍ଥକ, ମୁଁ ଅନୁରକ୍ତ
ମୁଁ ଆଶା, ମୁଁ ଆକାଂକ୍ଷା
ତୁମ ପ୍ରେମଭାବର ଭାବନା ମୁଁ
ତୁମେ ଆସକ୍ତ
ତୁମ ସାକାର ମୁଁ
ମୁଁ ରହସ୍ୟମୟୀ ନାରୀ ମୁଁ !!!

Leave A Reply

Your email address will not be published.

seven + twelve =