‘ସ୍ମୃତିର ଉପବନ’ ଉନ୍ମୋଚିତ

0 610


ଭୁବନେଶ୍ୱର: ଶାନ୍ତିସେନା ପବ୍ଲିକେଶନ୍ସ ପ୍ରକାଶିତ କବୀ ନୀଳିମା ପଟ୍ଟନାୟକଙ୍କ କବିତା ସଙ୍କଳନ ‘ସ୍ମୃତିର ଉପବନ’ ବୁଦ୍ଧ ମନ୍ଦିର ସଭାଗୃହରେ ଉନ୍ମୋଚିତ ହୋଇଯାଇଛି । ସଭାପତି ତଥା ବରିଷ୍ଠ ଗୀତିକବି ବିପିନ ମହାନ୍ତି ‌ିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପୂର୍ବତନ ପ୍ରଶାସକ ତଥା ସାହିତ୍ୟିକ ନିରଂଜନ ସାହୁ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ରୂପେ ବିଶିଷ୍ଟ ସମାଜସେବୀ ତଥା କବି ଶଙ୍କର୍ଷଣ ପରିଡ଼ା ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ରୂପେ ଦୂରଦର୍ଶନର ପୂର୍ବତନ ସମାଚାର ମୁଖ୍ୟ ଗୋପାଳକୃଷ୍ଣ ମହାପାତ୍ର ଓ ସାହିତ୍ୟିକା ଓ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ଯୋଗ ଦେଇଥିଲେ । କବୀ ନୀଳିମା ପଟ୍ଟନାୟକ ନିଜର ଲେଖକୀୟ ବକ୍ତବ୍ୟରେ ପିଲାଦିନରେ ବାପାଙ୍କର ପ୍ରଭାବରେ ପ୍ରଭାବିତ ହୋଇ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ ବୋଲି ପ୍ରକାଶ କରିଥିଲେ । ଶାନ୍ତିସେନାର ପ୍ରକାଶକ ତଥା ଯୁବ ଗାଳ୍ପିକ ରଜତ ରଶ୍ମି ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କବୀ ଜୟଶ୍ରୀ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲା ବେଳେ ଲେଖିକା ନୀଳିମା ପଟ୍ଟନାୟକଙ୍କ ପତି ଅବସରପ୍ରାପ୍ତ ପୁଲିସ ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five − 4 =