ହରଡ଼ଘଣାରେ ବିଡିଓ !

0 1,137

ତିର୍ତ୍ତୋଲ : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯାଉଥିବା ଏକ ବ୍ଳକ ରେ ଜଣେ ବିଡିଓ ଏବେ ୫ଟି  ଜାଲରେ ପଡିଛନ୍ତି । ସେ ପୂର୍ବରୁ ବିଧାୟକ ବିଷ୍ଣୁ ଦାସ ଙ୍କ ନିର୍ଦ୍ଦେଶ କୁ ବେଖାତିର ବହୁବାର କରିଥିଲେ । ଏମିତି କି ସେ ବିଜେଡି କୁ ତାଙ୍କ ବ୍ଳକ ରୁ ବହୁତ କମ ଭୋଟ ଦେଇଥିଲେ ! ଏହା ପ୍ରମାଣିତ ହୋଇଥିଲା ସାଧାରଣ ନିର୍ବାଚନରେ ଯେଉଁଠି ସାଧାରଣ ଲୋକଙ୍କ ଭୋଟ ହାରରେ ବିଜେଡି ୫୦% ପାଉଛି ସେଠାରେ ପୋଷ୍ଟଲ ଭୋଟ ହାର ୫% l ଯାହାକୁ ନେଇ ଏବେ ରାଜନୀତି ଏହି ବ୍ଳକରେ ସରଗରମ ପହଞ୍ଚିବା ବେଳେ ୫ଟି ନିର୍ଦ୍ଦେଶରେ ନିକଟରେ ୧୨ ବିଡ଼ିଓ ଙ୍କ ଭିତରେ ଅଛନ୍ତି ଏହି ମହାଶୟଙ୍କ ନାମ । ଏବେ ଶୁଣାଯାଉଛି ଯେ ରାଜନୀତିରେ ପୋଖତ ଖେଳାଳି ସ୍ୱୟଂ ବିଷ୍ଣୁ ଙ୍କର ଏହା ତାଙ୍କପାଇଁ ଅଭିଶାପ ଥିଲା । ଯାହାକି ନିକଟରେ ଗଣମାଧ୍ୟମ ରେ ବାହାରି ବହୁତ ଚର୍ଚ୍ଚା କୁ ଆସିଥିଲେ ଏହି ବିଡ଼ିଓ । ତାଙ୍କୁ କିଛି ଲୋକ ଏହି ବିଷୟରେ ପଚାରିବାରୁ ସେ କହିଛନ୍ତି ମୁଁ କିଛି ଜାଣିନି ମୋ ନାମକୁ କିଏ ଜଣେ ପୁରେଇ ଦେଇଛି ୫ଟି ରେ ! ପ୍ରକାଶ ଥାଉକି ପୂର୍ବରୁ ତହସିଲଦାର ଥିବା ସମୟରେ କିଛି ରାଜସ୍ୱ ଲୁଟିଥିବାର ଅଭିଯୋଗ ରେ ହରଡ଼ଘଣାରେ ପଡିଛନ୍ତି ଏହି ଅଧିକାରୀ । ଏହାର ସତ୍ୟ କଣ ଏବଂ କେତେ ଗୋଲ କରିଛନ୍ତି ଏହି ମହାଶୟ ରାଜ୍ୟ ସରକାରଙ୍କ ୫ଟି ଖଣ୍ଡା ଏବେ ତାଙ୍କ ମସ୍ତକରେ ଝୁଲୁଛି ବୋଲି ଚାରିଆଡେ ଚର୍ଚ୍ଚା ହେଲାଣି । ଏବେ ରାଜ୍ୟ ସରକାରଙ୍କ ୨ ବରିଷ୍ଠ ଅଧିକାରୀ ବିଡ଼ିଓ ଙ୍କ ଫାଇଲ ଭିତିରି ଯାଂଚ କରାଯାଉଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.

ten + 19 =