ଓଡିଆରେ ବିଜ୍ଞାନ ଓ ବୈଷୟିକ ଶିକ୍ଷା ଦାବିରେ ଛାତ୍ର, ଶିକ୍ଷକ, ଶିକ୍ଷାବିତ ରାସ୍ତାକୁ ଓହ୍ଲାଇଲେ

0 648

ଭୁବନେଶ୍ୱର : ଡାକ୍ତରି ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ଆସୁଥିବାବେଳେ ଓଡିଶାରେ +୨ ଓ +୩ ବିଜ୍ଞାନ ଶିକ୍ଷା କେବଳ ଇଂରାଜୀ ମାଧ୍ୟମରେ ଦିଆଯାଉଛି । ଏହା କେବଳ ଇଂଲିଶ ମାଧ୍ୟମ ସ୍କୁଲର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡିଆଭାଷାକୁ ହତାଦର କରୁଛନ୍ତି । ଆଜି ଏହିଭଳି ଅଭିଯୋଗ ଆଣି ପ୍ରତୀକାତ୍ମକ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଛି
ମୋ ଭାଷା ସଂଗଠନ । ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଇଓଉଞଋ) ଆଠଟି ଭାରତୀୟ ଭାଷାରେ ବିଭିନ୍ନ ବୈଷୟିକ ଶିକ୍ଷା ବା ଯାନ୍ତ୍ରିକ ବିଦ୍ୟା ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିରେ ପ୍ରାଥମିକ ପର୍ଯ୍ୟାୟରେ ଓଡିଆଭାଷାକୁ
ସଂଯୁକ୍ତ କରାଯାଇଥିଲେ ମଧ୍ୟ ଅନ୍ୟାନ୍ୟ ରାଜ୍ୟ ଭଳି ଓଡିଶାରେ +୨ ଓ +୩ ସ୍ତରର ବିଜ୍ଞାନ ଶିକ୍ଷା ଓଡିଆ ଭାଷାରେ ଦିଆଯାଉ ନ ଥିବାରୁ ଓଡିଆରେ ଏହି ସବୁ ବହି ମୁଦ୍ରଣ କରିବାପାଇଁ ଓହରି ଯାଇଛନ୍ତି । ଭାରତର ପ୍ରାଚୀନ ଓ ଗୌରବମୟ ଭାଷା ଭାବରେ ଶାସ୍ତ୍ରୀୟ ସ୍ୱୀକୃତିପ୍ରାପ୍ତ ଓଡିଆଭାଷାରେ ବୈଷୟିକ ଶିକ୍ଷା ପୁସ୍ତକ ଅନୁବାଦପାଇଁ ଏହି ଭାଷା ତାଲିକାରେ ନ ଥିବାରୁ ଓଡିଆ ଓ ଓଡିଶା ପ୍ରତି ଅବିଚାର କରାଯାଇଛି ।
ସେହିଭଳି ସର୍ବଭାରତୀୟ ମେଡିକାଲ ପ୍ରବେଶିକାପରୀକ୍ଷା, ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା, ସର୍ବଭାରତୀୟ କର୍ମଚାରୀ ଚୟନ ପରୀକ୍ଷା, ଭାରତୀୟ ରେଳବାଇ ବୋର୍ଡ ପରୀକ୍ଷା ଓଡିଆରେ ଦେବାର ସୁବିଧା ଥିଲେ ମଧ୍ୟ ରାଜ୍ୟ ସରକାର ଓଡିଆ ମାଧ୍ୟମ ଶିକ୍ଷାକୁ ଗୁରୁତ୍ୱ ନ ଦେଇ ଜାଣିଶୁଣି ଅବହେଳା କରିଆସୁଛନ୍ତି । ଓଡିଆ ମାଧ୍ୟମ ଶିକ୍ଷାକୁ ଦୁର୍ବଳ କରିବାପାଇଁ ଆବଶ୍ୟକୀୟ ପାଠ୍ୟପୁସ୍ତକ ମୁଦ୍ରଣ କରାଯାଉନାହିଁ । ଯେଉଁସବୁ ପୁସ୍ତକ ରାଜ୍ୟପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥାଦ୍ୱାରା ପ୍ରକାଶିତ ହେଉଛି, ତାହା ଅତି ନିମ୍ନମାନର ଥିବାରୁ ପିଲାମାନଙ୍କ ଜ୍ଞାନ ବୃଦ୍ଧିରେ କୌଣସି ସାହାଯ୍ୟ କରୁନାହିଁ । ସର୍ବଭାରତୀୟ ସ୍ତରରେ ସମସ୍ତ ଲିଖିତ ପରୀକ୍ଷା ଓଡିଆ ଭାଷାରେ ଅନୁÂିତ ହେଉଥିବାରୁ ଉପଯୁକ୍ତ ଓଡିଆ ବହିର ଅଭାବ ଯୋଗୁଁ ଓଡିଆ ପ୍ରାର୍ଥୀମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ଆବଶ୍ୟକ ପ୍ରସ୍ତୁତି ସମ୍ଭବ ହୋଇପାରୁନାହିଁ ।
ଏସମ୍ପର୍କରେ ସରକାରଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପ୍ରତିକାର କରୁନାହାଁନ୍ତି । ସରକାର ଇଂଲିଶ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଇ ପ୍ରତି ପଂଚାୟତରେ ଇଂଲିଶ ମାଧ୍ୟମ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରୁଥିବାବେଳେ ଗାଁଗହଳର ୧୦ହଜାରରୁ ଅଧିକ ବିଦ୍ୟାଳୟ ବନ୍ଦ କରିଦେଇଛନ୍ତି । ଫଳରେ ଓଡିଆ ପିଲାଙ୍କୁ ନିଜ ଭାଷାରେ ପାଠ ପଢିବାର ବାଟ ବନ୍ଦ ହୋଇ ଯାଇଛି । ଇଂଲିଶରେ ଦୁର୍ବଳ ଥିବା ଗାଁଗହଳର ଗରିବ ପିଲାଙ୍କୁ ଓଡିଆରେ ପଢି ଡାକ୍ତର ଓ ଇଂଜିନିୟର ହେବାର ସ୍ୱପ୍ନକୁ ରାଜ୍ୟ ସରକାର ଜାଣିଶୁଣି ଧୂଳିସାତ କରିଦେଉଛନ୍ତି । ଭାଷାଭି ିକ ରାଜ୍ୟରେ ଭାଷାକୁ ନେଇ ରାଜ୍ୟ ସରକାରଙ୍କ ଏହି ଭାଷାବିରୋଧୀ ମାନସିକତାକୁ ନାପସନ୍ଦ କରିବା ସହିତ ଚଳିତ ଶିକ୍ଷାବର୍ଷଠାରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ବିଜ୍ଞାନ ବିଷୟ ଓଡିଆରେ ପଢିବାପାଇଁ ନିଦେ୍ର୍ଧଶ ଦେବା ଓ ତୁରନ୍ତ ଓଡିଆରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରି ପିଲାମାନଙ୍କୁ ମାଗଣାରେ ପ୍ରଦାନ କରିବା ତଥା ଓଡିଆରେ ବିଜ୍ଞାନ ନେଇ ପଢୁଥିବା ପିଲାମାନଙ୍କୁ ସରକାରଙ୍କ ତରଫରୁ ପ୍ରତି କଲେଜରେ ଡାକ୍ତରି ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରାଇବାପାଇଁ ଓଡିଆଭାଷାପାଇଁ କାର୍ଯ୍ୟ କରୁଥିବା ସଂଗଠନ
‘ମୋ ଭାଷା’ ପକ୍ଷରୁ ଡକ୍ଟର ସୁବ୍ରତ ପୃଷ୍ଟି, କାହ୍ନୁ ଚରଣ ବେହୁରା, ନୀରଦ ବରଣ ଖୁଂଟିଆ, ସଂଜୟ ଜେନା, ବିଜୟିନୀ ତିରିଆ,
ବୀରକିଶୋର ବେହେରା, କବିତା ସାମନ୍ତରାୟ, ଦୀନବନ୍ଧୁ ଷଡଙ୍ଗୀ, ରାଜଶ୍ରୀ ବିଶ୍ୱାଳ, ମାନସୀ ସ୍ୱାଇଁ, ପ୍ରଣବ ଛୋଟରାୟ, ବିଷ୍ଣୁଚରଣ
ସାମନ୍ତରାୟ ପ୍ରମୁଖ ଶତାଧିକ କର୍ମୀ ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ଧାରଣ ସ୍ଥଳ ନିକଟରେ ପ୍ଲାକାର୍ଡ ପ୍ରଦର୍ଶନ ମାଧ୍ୟମରେ ଏକ ନିରବ ପ୍ରତିବାଦ କରିବା ସହିତ ଏହି ମର୍ମରେ ଓଡିଶାର ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଯଦି ଓଡିଆଭାଷାକୁ ଜ୍ଞାନ ଓ ନିଯୁକ୍ତିର ମାଧ୍ୟମ ନ କରନ୍ତି, ତେବେ ଆଗାମୀ ଅଗଷ୍ଟ ମାସରୁ ସମଗ୍ର ରାଜ୍ୟରେ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି ।

Leave A Reply

Your email address will not be published.

seventeen − eight =