ବିଷ୍ଣୁ ଗୁରୁତର

0 1,703

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ରକ୍ତ ଚାପ ରୋଗରେ ପୀଡ଼ିତ ଥିବା ଶ୍ରୀ ଦାସଙ୍କର ଗତକାଲି ବ୍ରେନଷ୍ଟ୍ରୋକ୍ ହେବାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ରକ୍ତଜମାଟ ବାନ୍ଧିଥିଲା । ଡାକ୍ତରଙ୍କ ଟିମ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ଆଜି ସକାଳୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ମେଡିକାଲ୍ ବାହାରେ ବିଭିନ୍ନ ନେତା ମନ୍ତ୍ରୀ ଙ୍କ ଡେରା ପଡିଥିବା ବେଳେ ,ତାଙ୍କ ସ୍ବାସ୍ଥ୍ୟବସ୍ତା ନେଇ ସରକାରଙ୍କ ୫ଟି ସଚିବ ମେଡିକାଲ୍ କର୍ତ୍ତୁପକ୍ଷଙ୍କ ସହିତ କଥା ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଶ୍ରୀ ଦାସ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇ ହୋଇଥିବାବେଳେ, ମନ୍ତ୍ରୀ,ରାଜ୍ୟସଭା ସାଂସଦ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ,ଜିଲ୍ଲା ସଭାପତି,ରାଜ୍ୟ ଅନୁସୂଚିତ ଜନଜାତି ସେଲର ଆବାହକ, ରାଜ୍ୟ ସ୍କାଉଟ୍ ଗାଇଡ ସଭାପତି ସହିତ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.

13 − four =